ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବେଆଇନ ସମ୍ପତ୍ତି କିଣା-ବିକା ଭଳି ଫ୍ରଡ କେସ୍ ରୁ ରକ୍ଷା ପାଇବା ପାଇଁ ମୋଦି ସରକାର ଏକ ବଡ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ପକ୍ଷରୁ ପ୍ରପର୍ଟି ଓନରସିପ୍ ପାଇଁ ଏକ ଆଇନ ଅଣାଯାଉଛି, ଯେଉଁଥିରେ ନିଜର ଫିକ୍ସଡ ଆସେଟ୍ସ ର ମାଲିକାନା ହକ୍ ପାଇଁ ତାକୁ ଅଧାର ସହ ଲିଙ୍କ କରିବା ଜରୁରୀ । ଏହାଦ୍ୱାରା ଜମିନ-ବାଡି କିଣା ବିକାରେ ଫ୍ରଡ କେସ୍ ଆଦି ରୋକିବା ସହିତ ବେଆଇନ ସମ୍ପତିର ବି ଖୁଲାସା ହେବ ।
ମିଡିଆ ରିପୋର୍ଟ ମୁତାବକ, ପ୍ରପର୍ଟି ଓନରଶିପ୍ ପାଇଁ ଆଇନ ଡ୍ରାଫ୍ଟ ପ୍ରସ୍ତୁତ ହେଉଛି ଏବଂ ୫ ଜଣିଆ ଏକ୍ସପର୍ଟ କମିଟି ବୈଠକ ଗଠିତ ହୋଇସାରିଛି । ଏହି କମିଠି ରାଜ୍ୟ ସହ ସମନ୍ୱୟ କରିବ, କାରଣ ପ୍ରପଟି ସହ ଜଡିତ ମାମଲା ରାଜ୍ୟର ଅଧିକାର କ୍ଷେତ୍ରରେ ରହିଛି । ସେଥିପାଇଁ କେନ୍ଦ୍ର ସରକାର ମଡେଲ ଆଇନ ପ୍ରସ୍ତୁତ କରି ରାଜ୍ୟକୁ ଦେବ ।
ଯେଉଁ ବ୍ୟକ୍ତି ନିଜ ସମ୍ପତ୍ତିକୁ ଆଧାର ଲିଙ୍କ କରାଇବେ । ତେବେ ପରମୁହୂର୍ତ୍ତରେ ଯଦି ତାଙ୍କ ସମ୍ପତ୍ତି ଉପରେ କୌଣସି ବ୍ୟକ୍ତି କବ୍ଚା କରନ୍ତି ତାହାଲେ ସେହି ସମ୍ପତ୍ତି ଛଡାଇବାର ଦାୟିତ୍ୱ ସରକାରଙ୍କର ରହିବ । ଯଦି ଆପଣ ଆପଣଙ୍କ ସମ୍ପତ୍ତିରେ ଆଧାର ଲିଙ୍କ କରାନଥିବେ ତାହାଲେ ଏଥିପାଇଁ ସରକାର ଦାୟୀ ହେବେ ନାହିଁ ।
ଏନେଇ ଏକ୍ସପର୍ଟ କମିଟିର ଜଣେ ସଦସ୍ୟ କହିଛନ୍ତି କି,ସମ୍ପତ୍ତିରେ ଆଧାର ଲିଙ୍କ କରିବା ବିକଳ୍ପ ଭାବେ ବିଦ୍ୟମାନ । ଯଦି ଲୋକେ ଚାହୁଁଛନ୍ତି କି ସରକାର ତାଙ୍କ ସମ୍ପତ୍ତିର ଗ୍ୟାରେଣ୍ଟି ନିଅନ୍ତୁ ତେବେ ଆଧାର ଲିଙ୍କ କରିବାକୁ ପଡିବ ।