ସେଲମ ( ଏଟିଆର ବ୍ୟୁରୋ): ଏବେ ମୋଦିଙ୍କ ନାମରେ ମିଳିବ ଇଡଲି ଓ ସମ୍ବର । ଏନେଇ ସ୍ୱତନ୍ତ୍ର ଭାବେ ଦୋକାନ ମଧ୍ୟ ଖୋଲିଛି । ଆକୁ ଆହୁରି ଦୋକାନ ମଧ୍ୟ ଖୋଳିବ । ଏବେ ତାମିଲନାଡୁର ସେଲମ ସହରରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଇଡଲି ବିକ୍ରି ହେବାକୁ ପ୍ରସ୍ତୁତ ଚାଲିଛି । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଉଥିବା ଏହି ଇଡଲିର ନାମ ମୋଦି ଇଡଲି ରଖାଯାଇଛି । ସେଲମ ସହରର ୨୨ ଦୋକାନରେ ଏହି ଇଡଲି ଉପଲବ୍ଧ ହେବ ।
ପ୍ରଧାନମନ୍ତ୍ରୀଙ୍କ ନାମରେ ଇଡଲି ବିକ୍ରି ହେବା ପାଇଁ ଏବେ ଚାରିଆଡେ ପୋଷ୍ଟର ମରାଯାଇଛି । ତେବେ ରାଜ୍ୟର ଜଣେ ବିଜେପି ନେତା ମୋଦିଙ୍କ ନାମରେ ଇଡଲି ବ୍ୟବସାୟ କରୁଥିବା ଜଣା ପଡିଛି । ସୂଚନା ଅଅନୁସ।।ରେ ସହରରେ ପାଖାପାଖି ୪୦ ହଜାର ଇିଡଲି ଦୈନିକ ବିକ୍ରି ହେବା ଆଶା କରାଯାଉଛି । ଏହି ଇଡଲି ପ୍ଲେଟ ୧୦ ଟଙ୍କା ରହିବ । ୧୦ ଟଙ୍କାରେ ୪ ଟି ଇଡଲି ଓ ସମ୍ବର ଦିଆଯିବ ।