ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପଡୋଶୀ ଦେଶର ସଂଖ୍ୟା ଲଘୁଙ୍କୁ ସୁରକ୍ଷା ଦେବା ପାଇଁ ବିଜେପି ତାର ପ୍ରତିଶୃତି ପୂରଣ କରିଛି । କେତେକ ଐତିହାସିକ ଭୁଲକୁ ସୁଧାରିବା ପାଇଁ ନାଗରିକତା ସଂଶୋଧନ ଆଇନ ଅଣାଯାଇଥିଲା । ଏନସିସିର ବାର୍ଷିକ ଉତ୍ସୋବରେ ଯୋଗଦେଇ ଏମିତି କିଛି ପ୍ରତିକ୍ରିୟା ରଖି ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଫ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି ମଧ୍ୟ କହିଛନ୍ତି ଦୀର୍ଘ ବର୍ଷ ହେଲାଣି ଲାଗି ରହିଥିବା ଏହି ସମସ୍ୟାକୁ ସମାଧାନ ନକରି କିଛଇ ରାଜନୈତିକ ଦଳ ଏହାର ଫାଇଦା ନେଉଥିଲେ । ଏମିତି କିଛି ପରିବାର ମଧ୍ୟ ଏହାର ଫାଇଦା ନେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ କହିଛନ୍ତି କେବଳ ଏହି ଭଉଳ ପାଇଁ ଦେଶରେ ଆତଙ୍କବାଦ ବଢୁଥିଲା ।
ଏବେ ସରକାର ଏହିଭଳି କିଛି ପୁରୁଣା ବିବାଦକୁ ତୁଟାଇବାରେ ଲାଗିଛନ୍ତି । ସୂଚନାଯୋଗ୍ୟ ଗତକାଲି ବୋଡଲ୍ୟାଣ୍ଡ ଅଲଗା ରାଜ୍ୟ ହେବା ବିବାଦ ଶେଷ ହୋଇଛି । ଏଣିକି ଆଉ ସ୍ବତନ୍ତ୍ର ରାଜ୍ୟ ଦାବି କରିବେ ନାହିଁ ଆସାମର ପ୍ରତିବନ୍ଧିତ ସଂଗଠନ ନ୍ୟାସନାଲ ଡେମୋକ୍ରାଟିକ ଫ୍ରଣ୍ଟ ଅଫ ବୋଡୋଲ୍ୟାଣ୍ଡ । ବୋଡୋଲ୍ୟାଣ୍ଡର ସମସ୍ତ ଡିଭିଜନ ଏବଂ ଆବୁସର ପ୍ରତିନିଧି ମାନଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି । ହୋଇ ଯାଇଥିବା ଏହି ବୈଠକରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହିଥିଲେ ।