ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ): ସମୟ ଯେତେ ଗଡୁଛି ଦ୍ୱନ୍ଦ ସେତେ ବଢୁଛି । କିଏ ଗଢିବ ମହାରାଷ୍ଟ୍ରରେ ସରକାର ? ମହାରାଷ୍ଟ୍ରରେ ଆଉ ଲାଗୁ ହେବ ନାହିିଁତ ରାଷ୍ଟ୍ରପତି ଶାସନ? ଏମିତି କେତେକ ପ୍ରଶ୍ନ ସାଧାରଣରେ ସଷ୍ଟି ହେଉଛି । କାରଣ ବିଜେପି ସରକାର ଗଢିବାକୁ ମୁହଁ ଫେରାଇବା ପରେ ଅକଳରେ ପଡିଛି ଶିବ ସେନା । ସୂଚନାଯୋଗ୍ୟ ଗତକାଲି ଶିବସେନା ରାଜ୍ୟପାଳଙ୍କୁ ଭେଟି ୩ ଦିନ ମହଲତ ମାଗିଥିଲା । ମାତ୍ର ଏହାକୁ ଗ୍ରହଣ କରି ନାହାନ୍ତି ରାଜ୍ୟପାଳ । ରାଜ୍ୟପାଳ ଏବେ ତୃତୀୟ ବୃହତ ଦଳଭାବେ ଏନସିପିକୁ ସରକାର ଗଢିବା ପାଇଁ ନିମନ୍ତ୍ରଣ କରିଛନ୍ତି ।
ଏଥିପାଇଁ ଆଜି ରାତି ୮ ଟା ୩୦ ପର୍ଯ୍ୟନ୍ତ ଏନସିପିକୁ ସମୟ ଦେଇଛନ୍ତି ରାଜ୍ୟପାଳ । ସେପଟେ ଏନସିପି ମଧ୍ୟ ବିନା କେଉଁ ଦଳର ସମର୍ଥନରେ ସରକାର ଗଢି ପାରିବେ ନାହିଁ । ସେ ଯାହାବି ହେଲେ କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳର ସାହାର୍ଯ୍ୟ ଲୋଡିବେ ।ସେପଟେ ଗତ କାଲି ସଂନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ୧୦ ଜନପଥ ସ୍ଥିତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭାବନରେ ପହଞ୍ଚିବା ପରେ ଶିବସେନାକୁ ସମର୍ଥନ ବାବଦରେ ଆଲୋଚନା ହୋଇଥିବା ସୂଚନା ମିଳିଥିଲା । ମାତ୍ର ପରେ ହଠାତ୍ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଥିଲେ ଆମେ ମହାରାଷ୍ଟ୍ର ସରକାର ଗଠନ ସମ୍ପର୍କରେ ଏନ୍ସିପି ସହ କଥା ହେବୁ। ତେବେ ଆଜି ସନ୍ଧ୍ୟାରେ ଏସବୁ ଡ୍ରାମା ଉପରୁ ପରଦା ଉଠିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।