ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଶୁଣାଇଛନ୍ତି କୋର୍ଟ । ଏନେଇ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଫାଶୀ ପରେ ୪ ଅଭିଯୁକ୍ତଙ୍କୁ ଅଙ୍ଗଦାନ କରିବାକୁ ପରାମର୍ଶ କରିବାକୁ ଜଣେ ଓକିଲ କୋର୍ଟରେ ଆବେଦନ କରିଛନ୍ତି । ସେ ଏନେଇ ପୂର୍ବରୁ ଏନେଇ ଜେଲ କତ୍ତୃପକ୍ଷଙ୍କୁ ଆବେଦନ କରିଥିଲେ । ମାତ୍ର ଜେଲ ଏହାକୁ ଖାରଜ କରିବା ସହ କୋର୍ଟରୁ ଅନୁମତି ଆଣିବାକୁ ପରାମର୍ଶ ଦେଇଛନ୍ତି ।
ଆଇନଜୀବି ଆର କପୁର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି । ସେ ଏହି ଆବେଦନରେ ଦର୍ଶାଇଛନ୍ତି ଅଭିଯୁକ୍ତ ସେମାନଙ୍କ ଅଙ୍ଗଦାନ କରିବା ପାଇଁ ପରାମର୍ଶ କରିବାକୁ ଆବେଦନ କରିଛନ୍ତି । ଅନ୍ୟପଟେ ଗତକାଲି ଏହି ଫାଶୀ ତାରିଖକୁ ଘୁଞ୍ଚାଇବା ପାଇଁ ଆଜି ଅଭିଯୁକ୍ତ ବିନୟ କୁମାର କୋର୍ଟରେ କ୍ୟୁରେ ପିଟିସନ ଦାଖଲ କରିଛନ୍ତି । ଗତ ୨୦୧୨ ମସିହାରେ ଦିଲ୍ଲୀରେ ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ବସରେ ୬ ଜଣ ମିଶି ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଜଣେ ନାବାଳକ ହୋଇଥିବାରୁ ତାକୁ ବାଳ ସୁଧାର ଗୃହକୁ ପଠା ଯାଇଥିବା ବେଳେ ଆଉ ଜଣଙ୍କର ଜେଲରେ ପୂର୍ବରୁ ମୃତ୍ୟୁ ହୋଇ ସାରିଛି ।