ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପୂର୍ବରୁ ସାଇକ୍ଲୋନ ବାର୍ଣ୍ଣିଙ୍ଗ ଡିଭିଜନର ମୁଖ୍ୟ ରୂପେ ମତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ରୂପେ ଏହି ମର୍ୟ୍ୟାଦାଜନକ ପଦରେ ସେ ୫ ବର୍ଷ ପର୍ୟ୍ୟନ୍ତ କାର୍ୟ୍ୟ କରିବେ। ଗତ ଜୁନ୍ ୪ ତାରିଖରେ ଆଇଏମ୍ଡିର ମହାନିର୍ଦ୍ଦେଶ ଭାବେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିଲା ପ୍ରଥମ ଓଡ଼ିଆ ଭାବେ ସେ ଆଇଏମ୍ଡି ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି।
ବାତ୍ୟା ପୂର୍ବରୁ ବାତ୍ୟାର ଗତିବିଧି ଉପରେ କେଉଁଠାରେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ ହେବ, ବାତ୍ୟାର ତୀବ୍ରତା ସହ ଜୁଆରର ଉଚ୍ଚତା ସମ୍ପର୍କରେ ସଠିକ ବିବରଣୀ ହାସଲ କରିବା କ୍ଷେତ୍ରରେ ମୃତ୍ୟୁଞ୍ଜୟ ମହାପାତ୍ର ସ୍ବତନ୍ତ୍ର ଦକ୍ଷତା ରହିଛି ।
ଓଡ଼ିଶାର ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ଜନ୍ମିତ ଡ.ମହାପାତ୍ର ଆଇଆଇଟି ଦିଲ୍ଲୀର ଛାତ୍ର। ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଶେଷ ପରେ ସେ ଭଦ୍ରକ କଲେଜରେ ପଦାର୍ଥ ବିଜ୍ଞାନ ଅନର୍ସ ରଖି ବିଏସସି ପାସ କରିଥିଲେ। ପରେ ବାଣୀବିହାରରେ ଏମଏସସି ପାସ ପରେ ଡିଆରଡିଓରେ ଚାକିରି ଆରମ୍ଭ କରିଥିଲେ ଶ୍ରୀ ମହାପାତ୍ର । ସେ ହୁଡ ହୁଡ ଓ ତିତିଲି ସମୟରେ ବାତ୍ୟାର ସଠିକ ଆକଳନ କରିବାରେ ସଫଳତା ହାସଲ କରିଥିଲେ।