ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଙ୍କ ଭାରତୀୟ ସେନାରେ ଲେଫ୍ଟିନେଣ୍ଟ କର୍ନଲ ଭାବେ ୧୫ ଦିନିଆ ଟ୍ରେନିଂ ଗୁରୁବାର ଶେଷ ହୋଇଛି । ଆଇସିସି ୱାଲ୍ଡ କପ୍ ପରେ ଧୋନୀ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଉପଲବ୍ଧ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । ଏହାସହିତ ସେ ଭାରତୀୟ ସେନାରେ ସାମିଲ ହେବାର ନିଷ୍ପତି ନେଇଥିଲେ ।
ଜୁଲାଇ ୩୧ ରେ ଟେରିଟୋରିଆଲ ଆର୍ମି ୟୁନିଟର ୧୦୬ ସହ ଧୋନି ଯୋଡି ହୋଇ କାଶ୍ମୀରରେ ପହଁଚି ଟ୍ରେନିଂ ଆରମ୍ଭ କରିଥିଲେ । ଏହାପରେ ଧୋନି ଯବାନଙ୍କ ସହିତ ମିଳିମିଶା କରିବା ସହ ପାଞ୍ଚଦିନ ଯାଏଁ ଟେନିଂରେ ରହିଲେ । ତେବେ ଆସନ୍ତୁ ଜାଣିବେ ୧୫ ଦିନିଆ ଟ୍ରେନିଂରେ ଧୋନି କେବେ ଆଉ କଣ ସବୁ କରିଛନ୍ତି ।
ଜୁଲାଇ ୩୧: ସେନା ୟୁନିଟ୍ ରେ ପହଁଚିବା ସହ ୫ ଦିନ ଯାଏଁ ଟ୍ରେନିଂରେ ରହିଲେ ।
ଅଗଷ୍ଟ ୫: ଆର୍ମିା ୧୫ କୋର ହେଡକ୍ୱାଟର ଯାଇଥିଲେ ।
ଅଗଷ୍ଟ ୬: ବାରାମାଲା ଯାଇ ସେଠାରେ କ୍ଲାସ ଆଟେଣ୍ଡ କଲେ ।
ଅଗଷ୍ଟ ୭: ଉରୀ ଟ୍ରେନିଂ ନେଲେ ।
ଅଗଷ୍ଟ ୮: ଦକ୍ଷୀଣ କାଶ୍ମୀରର ଅନନ୍ତନାଗ ଯାଇ ସେଠାରୁ ପୁଣି ଖୁନମୁ କୁ ଫେରିଥିଲେ ।
ଅଗଷ୍ଟ ୧୨: ଲେହ ଅଭିମୁଖେ ଯାଇଥିଲେ ।
ଅଗଷ୍ଟ ୧୩: ଆର୍ମି ଫର୍ମେଶନକୁ ଯାଇ ଟ୍ରେନିଂ ନେଇଥିଲେ ।
ଅଗଷ୍ଟ ୧୪: ଯବାନଙ୍କାଂରୁ ଫାୟାରିଂ ବିଷୟରେ ଜାଣିଥିଲେ ।
ଅଗଷ୍ଟ ୧୫: ସିୟାଚିନ୍ ଯାଇଥିଲେ ଏବଂ ୱାର ମେମୋରିଆଲ ଗସ୍ତ କରିଥିଲେ ।