ମୁମ୍ବାଇ(ଏଟିଆର ବ୍ୟୁରୋ): ସେବିର ଆଦେଶ ଅନୁସାରେ ଭାରତରେ କମ୍ପାନୀ ଗୁଡିକରେ ଅଧ୍ୟକ୍ଷ ଓ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଜଣେ ବ୍ୟକ୍ତି ରହିପାରିବେ ନାହିଁ ବୋଲି ପୁର୍ବରୁ ଭାରତର ପ୍ରାୟ ୫୦୦ଶୀର୍ଷ କମ୍ପାନୀ ଗୁଡିକୁ ସେବି ନୋଟିସ ଦେଇଥିଲା ।
ତେବେ ଏହି ନିୟମ ଚଳିତ ବର୍ଷ ଏପ୍ରିଲ୧ ରୁ ଲାଗୁ ହେବାର ଥିଲା । ବର୍ତ୍ତମାନ ସେବି ଏହି ନିୟମକୁ ୨୦୨୨ରେ ଲାଗୁ କରିବାକୁ ସ୍ଥିର କରିଛି । ସେବିର ଏହି ନିଷ୍ପତିରେ କମ୍ପାନୀ ଗୁଡିକୁ ଆସ୍ୱସ୍ଥି ମିଳିଛି ।
ବର୍ତ୍ତମାନର ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ଦେଖି କମ୍ପାନୀ ଗୁଡିକ ସେବିର ଏହି ସର୍ତ୍ତକୁ କିଛି ଦିନ କୋହଳ କରିବା ପାଇଁ ପୁର୍ବରୁ ଦାବି କରିଥିଲେ ।
ସେପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଓ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବରେ ମୁକେଶ ଅମ୍ବାନୀ ଥିବା ବେଳେ ରିଲାଏନ୍ସ କମ୍ପାନୀରେ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ କାହାକୁ ଦିଆଯିବ ସେ ଉପରେ ଲୋକଙ୍କ ନଜର ରହିଥିଲା ।
ହେଲେ ବର୍ତ୍ତମାନ ସେବିର ଏହି ସର୍ତ୍ତ କୋହଳ ହେବା ପରେ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଓ ମୁଖ୍ୟ ପରିଚାଳନା ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ।