(ଏଟିଆର ବ୍ୟୁରୋ): କର୍ମଚାରୀଙ୍କୁ ଅଫିସରେ ଟିକ୍ ଟକ୍ ବନାଇବା ମହଙ୍ଗା ପଡିଲା । ଏଭଳି ଏକ ଦୃଶ୍ୟ ତେଲେଙ୍ଗାନା ନଗର ନିଗମରେ ଦେଖିବାକୁ ମିଳିଛି । ଅଫିସରେ ଟିକ୍ ଟକ୍ ଭିଡିଓ କରିବା ଯୋଗୁଁ ୧୧ ଜଣ କର୍ମଚାରୀଙ୍କ ୧୦ ଦିନର ଦରମା କଟାଯାଇଛି । ଖମ୍ମମ ନଗର ନିଗମରେ କାମ କରୁଥିବା କର୍ମଚାରୀ ମାନେ ଅଫିସରେ ଟିକ୍ ଟକ୍ ଭିଡିଓ କରୁଥିଲେ । ଏହି ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ଏହାପରେ ନଗର ନିଗମର ଆୟୁକ୍ତ ଜେ ଶ୍ରୀନିବାସ ରାଓ ସେହି କର୍ମଚାରୀଙ୍କ ଦରମା କାଟ୍ କରିଥିଲେ । ଶ୍ରୀ ରାଓ ଚେତାବନୀ ଦେଇ ସେହି କର୍ମଚାରୀଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିଦେଇଛନ୍ତି ।
ଟିକ୍ ଟକ୍ ଭିଡିଓ କରିଥିବା କର୍ମଚାରୀଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଅଛନ୍ତି । ଯାହାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ପୁର୍ବରୁ ଓଡିଶାର ଏକ ହସ୍ପିଟାଲରେ ନର୍ସମାନେ ଟିକ୍ ଟକ୍ ବନାଇବା ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିପାଇଁ ୩ ଜଣ ନର୍ସଙ୍କ ନାଁରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।