ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆପଣଙ୍କ ଗାଡିର କାଚ ଭାଙ୍ଗିଯାଇଛି କି? ସାବଧାନ କଟିପାରେ ଆପଣଙ୍କର ମୋଟା ଅଙ୍କର ଚାଲାଣ । ପୋଲିସ ହାବୁଡରେ ଧରା ପଡିବା ପୂର୍ବରୁ ତୁରନ୍ତ ଏଥି ପ୍ରତି ଧ୍ୟାନ ଦିଅନ୍ତୁ । କେବଳ ଏତିକି ନୁହେଁ ଯଦି ଆପଣଙ୍କ ଗାଡିର କାଚ ଅଳିଆ ହୋଇଛି ତା ପରିବର୍ତ୍ତେ ବି ଆପଣଙ୍କ ପକେଟରୁ ଟଙ୍କା ଯାଇପାରେ । ଏହାବ୍ୟତିତ ଅନ୍ୟ କାରଣ ଯୋଗୁଁ ବି ଆପଣଙ୍କର ଚାଲାଣ କଟିପାରେ । ଯଦି ଆପଣ ନୂତନ ନିୟମ ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବେ କଣ ରହିଛି ନିୟମ ।
ନୂତନ ମୋଟର ଯାନ ଆଇନ ଅନୁସାରେ ଗାଡିରେ ଆପତିଜନକ ଶବ୍ଦ ଲେଖିବା ଦ୍ୱାରା ଆପଣଙ୍କ ଚାଲାଣ କଟିପାରେ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ମୋଟର ଭେଇକିଲ ଆକ୍ଟର ଅନୁଛେଦ ୧୧୭ ର ପରିସର ବଢାଯାଇଛି । ଏପର୍ଯ୍ୟନ୍ତ ଯେଉଁ ଅପରାଧକୁ ପରିଭାଷିତ କରାଯାଇ ନଥିଲା ଏବେ ଏହାର ଚାଲାଣ ଏହି ଅନୁଛେଦ ଅନୁସାରେ କଟା ଯିବ ।
ପ୍ରକୃତରେ ସେପ୍ଟମ୍ବର ୧ ରୁ ଦେଶରେ ନୂତନ ମୋଟର ଭେଇକିଲ ଆକ୍ଟ ଲାଗୁ ହୋଇଛି । ଏହି ନିୟମ ଅନୁଯାୟୀ ଫାଇନ୍ ଚାର୍ଜ କୁ ଦୁଇଗୁଣା କରାଯାଇଛି । କିନ୍ତୁ ଏହି ଆଇନ ପରେ ବି କିଛି ଏଭଳି ଅପରାଧ ଥିଲା ଯାହାର ଚାଲାଣ କୌଣସି ଧାରା ରେ କରାଯାଇ ପାରିନଥାନ୍ତା । ଏହି ଅପରାଧକୁ ମୋଟର ଭେଇକିଲ ଆକ୍ଟର ଅନୁଛେଦ ୧୧୭ରେ ଯୋଡା ଯାଇଛି ।
ଆଧିକାରିକ ସୂତ୍ର ଅନୁଯାୟୀ, ସିଆରପିସିର ଅନୁଛେଦ ୧୫୧ ଅନୁସାରେ ଆଇନ ବ୍ୟବସ୍ଥାକୁ ନେଇ ମାର୍ ପିଟ୍ ଏବଂ ଶାନ୍ତି ଭଙ୍ଗ କରୁଥିବା ବ୍ୟକ୍ତିଙ୍କୁ ଏଭଳି କରିବା ପାଇଁ ନିଷିଦ୍ଧ କରାଯାଇଥାଏ । ସେହିପରି ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ଏବେ ଅନୁଛେଦ ୧୧୭ ଦ୍ୱାରା ଗାଡି ଗୁଡିକର କାଗଜପତ୍ର ନଥିଲେ ସିଜ୍ କରାଯିବ ।
ଅଧିକାରୀଙ୍କ କହିବାନୁଯାୟୀ ମୋଟର ଭେଇକିଲ ଆକ୍ଟ ରେ କେବଳରେ ନିଜକୁ ସୁରକ୍ଷିତ ରଖିବା ପାଇଁ ନୁହେଁ ବରଂ ଯେଉଁ ବ୍ୟକ୍ତି ରାସ୍ତାରେ ଚାଲୁଛନ୍ତି ସେମାନଙ୍କୁ ଯେପରି କୌଣସି ପ୍ରକାର କ୍ଷତି ନହୁଏ ସେଥିପାଇଁ ମଧ୍ୟ ସୂଚନା ଦିଆଯାଇଛି । ଯଦି କୌଣସି ବ୍ୟକ୍ତିଙ୍କ ଗାଡିର କାଚ ଭାଙ୍ଗିଛି ତେବେ ସେ ନିଜେ ଦୁର୍ଘଟଣାର ଶିକାର ହେବା ସହ ଅନ୍ୟ ବ୍ୟକ୍ତିଙ୍କୁ ବି କ୍ଷତିରେ ପକାଇବେ ।
ଅପରପେକ୍ଷେ ଏଭଳି ଅନେକ ଅପରାଧ ଅଛି ଯାହା ଦ୍ୱାରା ଅନ୍ୟ ବ୍ୟକ୍ତି ପ୍ରଭାବିତ ହେବେ । ଉଦାସୂରୂପ ଆପଣଙ୍କ ଗାଡିର ପଛ ଲାଇଟ ଭାଙ୍ଗ ଯାଇଛି, ଆଗ ଲାଇଟ ଜଳୁନାହିଁ, ଅନ୍ଧାରରେ ଗାଡି ଚଳାଉଛନ୍ତି ଏଭଳି ପରିସ୍ଥିତିରେ ବି ଅନୁଛେଦ ୧୧୭ ଅନୁଯାୟୀ ଚାଲାଣ କଟାଯାଇପାରେ ।