ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମ୍ ପୁର୍ବରୁ ଗିରଫ ହୋଇ ୩ମାସ ତିହାର ଜେଲରେ ରହିଥିଲେ । ବର୍ତ୍ତମାନ ପୁଣି ଅଡୁଆରେ ପଡିଛନ୍ତି କଂଗ୍ରେସର ର ବରିଷ୍ଟ ନେତା ପି.ଚିଦାମ୍ବରମ୍ ।
ୟୁପିଏ ସରକାର ସମୟରେ ଆଭିଏସନ ଘୋଟାଲାରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଚିଦାମ୍ବରମ୍ ଙ୍କୁ ପଚରାଉଚରା କରୁଛି ପରିବର୍ତ୍ତନ ନିର୍ଦ୍ଦଶାଳୟ ।
୨୦୦୯ରେ ୟୁପିଏ ସରକାର ଏୟାର ବସ ପାଖରୁ ୪୩ଟି ବିମାନ କିଣିଥିଲେ । ଏହି ବିମାନ କିଣାଯିବାର ନିଷ୍ପତି କଂଗ୍ରେସ ଦ୍ୱାର ଗଠିତ ଏକ ମନ୍ତ୍ରୀମଣ୍ଡଳ ଦ୍ୱାରା ନିଆଯାଇଥିଲା । ଏହି ମନ୍ତ୍ରୀମଣ୍ଡଳର ମୁଖ୍ୟ ଥିଲେ ଚିଦାମ୍ବରମ୍ । ସେଥିପାଇଁ ଶୁକ୍ରବାର ଦିନ ପାଖାପାଖି ୬ଘଣ୍ଟା ଧରି ଇଡି ଚିଦାମ୍ବରମ୍ ଙ୍କୁ ପଚରାଉଚରା କରିଥିଲା ।
ଇଡି ଅଧିକାରୀଙ୍କ କହିବା ଅନୁସାରେ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଶୁକ୍ରବାର ଚିଦାମ୍ବରମ୍ ଙ୍କ ବୟାନ ରେକର୍ଡ କରାଯାଇଛି । ଉଡାଣ ଯୋଜନାରେ କିଣାଯାଇଥିବା ବିମାନ ଓ ଅନ୍ତର୍ଜାତିୟ ବିମାନ ବନ୍ଦରର ସମୟ ନିର୍ଦ୍ଧାରଣ ପାଇଁ ହୋଇଥିବା ଅନିୟମିତତା ପାଇଁ ଇଡି ଚିଦାମ୍ବରମ୍ ଙ୍କୁ ପଚରାଉଚରା କରୁଛି ।
ୟୁପିଏ ସରକାର ସମୟରେ ମୋଟ ୭୦ହଜାର କୋଟି ଟଙ୍କା ବ୍ୟୟରେ ୧୧୧ଟି ବିମାନ କିଣାଯାଇଥିଲା । ଏବଂ ଏଥିରେ ଘୋଟାଲା ହୋଇଥିବା ସ୍ପଷ୍ଟ ଜଣାପଡୁଛି ।
ସେପଟେ ଚିଦାମ୍ବରମ୍ ଙ୍କ କହିବା ଅନୁସାରେ ସେ ସରକାରଙ୍କ ନୀତି ଓ ନିଷ୍ପତି ବାବଦରେ ମୁହଁ ଖୋଲୁଛନ୍ତି ସେଥିପାଇଁ ପ୍ରତିଶୋଧ ପରାୟଣ ହୋଇ ସରକାର ତାଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ କରୁଛନ୍ତି ।