ଲକ୍ଷେ୍ନø(ଏଟିଆର ବ୍ୟୁରୋ): ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ନିୟମ ଭଙ୍ଗକାରୀଙ୍କ ଚାଲାଣ କଟିବା ଆରମ୍ଭ ହୋଇଯାଇଛି । ଏଥିରୁ ବର୍ତ୍ତିପାରିଲେନି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।
ସୁଚନା ଅନୁସାରେ ଉତ୍ତର ପ୍ରଦେଶ ଲକ୍ଷେ୍ନøରେ ଜଣେ ସ୍କୁଟି ଚାଳକଙ୍କ ସହିତ ବସି ପ୍ରିୟଙ୍କା ଗାନ୍ଧୀ ଶନିବାର ଦିନ ଯାଉଥିଲେ । ହେଲେ ସ୍କୁଟି ଚାଳକ ଓ କଂଗ୍ରେସ ମହାସଚିବ ଉଭୟ ହେଲମେଟ ନପିନ୍ଧି ଯାତ୍ରା କରୁଥିଲେ ।
ଲକ୍ଷେ୍ନø ଟ୍ରାଫିକ କତୃପକ୍ଷ ନିୟମ ଉଲଘଂନ ଦର୍ଶାଇ ସମ୍ପୃକ୍ତ ସ୍କୁଟି ଚାଳକଙ୍କ ନାଁ ୬,୩୦୦ଟଙ୍କାର ଚାଲାଣ କାଟିଛନ୍ତି । ତେବେ ଏହି ସ୍କୁଟିର ନମ୍ବର ଟଚ୩୨ଐଈ୮୨୭୦ ରହିଥିବା ବେଳେ ସ୍କୁଟି ଟି କଂଗ୍ରେସ ନେତା ଧୀରଜ ଗୁଜ୍ଜରଙ୍କ ନାମରେ ରହିଛି ।
ଉତ୍ତର ପ୍ରଦେଶ ସରକାର ଜଣେ ପୁର୍ବତ୍ତନ ଆଇପିଏସ ଅଫିସର ଏବଂ ଜଣେ ସାମାଜିକ କର୍ମୀଙ୍କୁ ଗିରଫ କରିଛି । ଏମାନଙ୍କ ପରିବାରକୁ ଭେଟିବାକୁ ପ୍ରିୟଙ୍କା ସ୍କୁଟିରେ ଆଉ ଜଣେ କଂଗ୍ରେସ କର୍ମୀଙ୍କ ସହ ଯାଉଥିଲେ ।