ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାତି ପାହିଲେ ନୂଆବର୍ଷ । ସେପଟେ ନୂତନ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ପରିବର୍ତ୍ତନ କରାଯିବ । ସେହିପରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ (ଏସବିଆଇ) ତାର ଗ୍ରାହକଙ୍କ ପାଇଁ ୧ ଜାନୁଆରୀ ୨୦୨୦ ରୁ ନୂତନ ପ୍ରାବଧାନ ଲାଗୁ କରିବାକୁ ଯାଉଛି । ବ୍ୟାଙ୍କର ସମସ୍ତ ଏଟିଏମ୍
ଏବଂ ଅନ୍ୟ ଟଙ୍କା ଉଠାଣ ସିଷ୍ଟମର ଟ୍ରାଞ୍ଜାକ୍ସନ ପାଇଁ ୱାନ୍ ଟାଇମ ପାସୱାର୍ଡ ଆସିବ । ଗ୍ରାହକ ଟଙ୍କା ଉଠାଇଲା ସମୟରେ ତାଙ୍କ ଫୋନ୍ କୁ ଏକ ୱାନ୍ ଟାଇମ୍ ପାସୱାର୍ଡ ବା ଓଟିପି ଯିବ । ସେହି ଓଟିପି ନଂ ବ୍ୟବହାର କରିବା ପରେ ଟଙ୍କା ଉଠିପାରିବ । ଠକେଇର ଆଶଙ୍କା କମ୍ ହେବାକୁ ନେଇ ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହାବ୍ୟତିତ ଏସିବିଆର ସମସ୍ତ ଗ୍ରାହକଙ୍କ ମ୍ୟାଗ୍ନେଟିକ୍ ଷ୍ଟ୍ରିପ୍ ବିଶିଷ୍ଟ କାର୍ଡ ବଦଳି ଯିବ । ଯାହାର ଶେଷ ତାରିଖ ୩୧ ଡିସେମ୍ବର ୨୦୧୯ ରହିଛି ।