ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତରେ ଅବୈଧ ଭାବେ ରହୁଥିବା ଲକ୍ଷାଧିକ ଲୋକଙ୍କୁ ଏବେ ଛାଡିବାକୁ ପଡିପାରେ ଭାରତ । ଭାରତର ନାଗରିକ ରେଜିଷ୍ଟରର ସମସ୍ତ କାର୍ଯ୍ୟ ଏବେ ଅନ୍ତିମ ପର୍ଯ୍ୟାୟରେ । ଯାହାର ଶେଷ ଦିନ ରହିଛି ଅଗଷ୍ଟ ୩୧ ତାରିଖ । ଏହାପରେ ଭାରତର ନାଗରିକ ତାଲିକା ପ୍ରକାଶ ପାଇବ । ଯେଉଁଥିରେ ଜଣା ପଡିବ ପକୃତରେ କେଉଁମାନେ ଭାରତର ନାଗରିକ ଏବଂ କିଏ ଭାରତରେ ଅନୁପ୍ରବେଶକାରୀ ଭାବେ ରହୁଛନ୍ତି । ତେବେ ଏହି ତାଲିକା ପ୍ରକାଶ ପାଇବା ପରେ ଅବୈଧ ଭାବେ ଭାରତରେ ରହୁଥିବା ଲୋକଙ୍କୁ ସେମାନଙ୍କ ନିଜ ଦେଶକୁ ପଠାଇବାର ବ୍ୟବସ୍ଥା କରାଯିବ । ପାଖାପାଖି ୪୧ ଲକ୍ଷ ଲୋକଙ୍କ ନାଗରିକତା ଉପରୁ ଏହା ମାଧ୍ୟମରେ ପର୍ଦା ଉଠିବ ।
ସୂଚନାଯୋଗ୍ୟ ଗତ ୬ ବର୍ଷ ହେଲା ଭାରତକୁ ଅବୈଧ ଭାବେ ଅନୁପ୍ରବେଶ କରିଥିବା ଅନୁପ୍ରବେଶକାରୀଙ୍କ ବିରୋଧରେ ଭାରତରେ ଜନ ଆନ୍ଦୋଳନ ଦେଖା ଦେଇଛି ।
ପୁରା ଖବର ଜାଣିବା ପୂର୍ବରୁ ପ୍ରଥମେ ଜାଣି ରଖନ୍ତୁ “ ଏନଆରସି’’ ମାନେ କ’ଣ? ସରଳ ଭାଷାରେ କହିବାକୁ ଗଲେ ଏନଆରସି ହେଉଛି ଭାରତର ନାଗରିକତା ପରଖୁ ଥିବା ଏକ ସସ୍ଥା । ଏହା କେଉଁ ମାନେ ଭାରତର ନାଗରିକ ନୁହଁନ୍ତି ତାହାର ଏକ ତାଳଇକା ପ୍ରସ୍ତୁତ କରିଥାଏ । \nତେବେ ନଜର ପକାନ୍ତୁ ତାଲିକାରେ ସାମିଲ ହେବା ପାଇଁ ରହିଥିବା କିଛି ନିୟମ ଉପରେ-
ଏଥିରେ ସାମିଲ ହେବା ପାଇଁ ୧୯୫୧ ରେ ହୋଇଥିବା ପ୍ରଥମ ନାଗରିକ ତାଲିକା କିମ୍ବା ୨୪ ମାର୍ଚ୍ଚ ୧୯୭୧ ରେ ତାଲିକା ଭୁକ୍ତ ହୋଇଥିବା ଆବଶ୍ୟକ । ଏଥିପାଇଁ ଜନ୍ମ ପ୍ରମାଣ ପତ୍ର, ଭୂମି କାଗଜପତ୍ର, ସ୍ଥାୟୀ ଆବାସ, ଜାତିଗତ ପ୍ରମାଣ ପତ୍ର, ପାସପୋର୍ଟ , ନାଗରିକ ପ୍ରମାଣ ପତ୍ର, ସରକାରୀ କାମରେ ଥିଲେ ତାହାର ପ୍ରମାଣ ପତ୍ର ଏବଂ ଅଦାଲତ ରେକର୍ଡ ରହିବା ଆବଶ୍ୟକ । ତେବେ ଯଦି ଆପଣ ଏହି ସୂଚିରେ ରହି ନାହାନ୍ତି ତେବେ ଆପଣ ଏଥିରେ ସାମିଲ ହେବା ପାଇଁ ଆବେଦନ ମଧ୍ୟ କରିପାରିବେ । ଏଥିପାଇଁ ଆପଣ ଫରେନ ଟ୍ରିବୁନାଲ କମିଟି ପାଖରେ ସମସ୍ତ ଦସ୍ତାବିଜ ସହ ନିଜେ ହାଜିର ହେବାକୁ ପଡିବ । ଏଥିପାଇଁ ଆପଣଙ୍କୁ ୧୨୦ ଦିନ ପର୍ଯ୍ୟନ୍ତ ସମୟ ଦିଆଯିବ । ଆପଣ ଭାରତର ନାଗରିକ କି ନା ସେ ନିଷ୍ପତ୍ତି କେବଳ ଫରେନ ଟ୍ରିବୁନାଲ ନେଇ ପାରିବ ।