ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଆସନ୍ତା ଫେବୃଆରୀ ୮ତାରିଖରେ ଦିଲ୍ଲୀର ସମସ୍ତ ୭୦ଟି ଆସନ ପାଇଁ ଗୋଟିଏ ପର୍ଯ୍ୟୟରେ ହିଁ ମତଦାନ କରାଯିବ ।
ତେବେ ଭୋଟ ଦେବା ପାଇଁ ବରିଷ୍ଠ ନାଗରିକ ମାନଙ୍କୁ ଆଉ ଲମ୍ବା ଲାଇନରେ ଛିଡା ହେବାକୁ ପଡିବ ନାହିଁ । ବର୍ତ୍ତମାନ ଦିଲ୍ଲୀର ବରିଷ୍ଠ ନାଗରିକ ମାନେ ଘରେ ବସି ପୋଷ୍ଟାଲ ବେଲେଟ ଦ୍ୱାରା ନିଜ ମତଦାନ କରିପାରିବେ ।
୮୦ ବର୍ଷରୁ ଅଧିକ ଏବଂ ପିଡବ୍ଳୁଡି ନାଗରିକ ମାନେ ଏହି ବେଲେଟର ସୁବିଧା ନେଇ ପାରିବେ । ଯେଉଁ ବରିଷ୍ଠ ନାଗରିକ ମାନେ ବା ଦିବ୍ୟଙ୍ଗ ମାନେ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏବଂ ଭୋଟ ଦେବାରୁ ବଞ୍ଚିତ ହୋଇଥାନ୍ତି ସେମାନେ ଏହି ବେଲେଟ ପ୍ରକ୍ରିୟା ଦ୍ୱାରା ଘରେ ବସି ନିଜ ସୁବିଧାରେ ଭୋଟ ଦେଇ ପାରିବେ ।
ଏନେଇ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ବିଧାନସଭା ନିର୍ବାଚନ ର ତାରିଖ ଘୋଷଣା କରିବା ସହିତ ନିର୍ବାଚନ ଆୟୋଗ ମୁଖ୍ୟ ସୁନୀଲ ଆରୋଡା ବରିଷ୍ଠ ନାଗରୀକ ମାନଙ୍କ ପାଇଁ ଏହି ସୁବିଧାର ଘୋଷଣା କରିଛନ୍ତି ।