ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଣଙ୍କ ପାଖରେ ଥିବା ସୁନାର ହିସାବ ଏବେ ସରକାରଙ୍କୁ ଦେବାକୁ ପଡିବ । ଆଉ ଯଦି ହିସାବ ଠିକ ନଦେଇ ପାରିବେ ତେବେ ଦେବାକୁ ପଡିବ ଜୋରିମାନା । ଖୁବ ଶୀଘ୍ର ଏମିତି ଏକ ନୂଆ ନିୟମ ନେଇ ଆସୁଛନ୍ତିି ମୋଦି ସରକାର । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କଳାଧନରେ ସୁନା କିଣିଥିବା ଲୋକଙ୍କ ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ଏଭଳି ଏକ କଡା ପଦକ୍ଷପ ନେବାକୁ ଯାଉଛନ୍ତି । ଇନକମ ଟ୍ୟାକ୍ସର ଆମନେଷ୍ଟି ସ୍କିମର ଅଧିନରେ ଏହି ନିୟମ ଲାଗୁ କରି ପାରନ୍ତି ସରକାର ।
ଆପଣ କିଣିଥିବା ଯେଉଁ ସୁନାର ରସିଦ ଆପଣଙ୍କ ପାଖରେ ନାହିଁ ତାହାର ସୂଚନା ଓ ହିସାବ ଏକ ନିଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଦେବାକୁ ପଡିବ । ଏହି ନିୟମ ଲାଗୁହେଲେ ସୁନାର ଦାମ ନିର୍ଦ୍ଧାରଣ କରିବା ପାଇଁ ଆପଣଙ୍କୁ ଭେଲ୍ୟୁଏସନ ସେଣ୍ଟରରୁ ସାର୍ଟିଫିକେଟ ନେବାକୁ ପଡିବ । ବିନା ରସିଦ ଥିବା ସୁନାର ଖୁଲାସା କରିବା ସହ ଏଥିପାଇଁ କ୍ରେତାଙ୍କୁ ଏକ ନିର୍ଦ୍ଧାରିତ ଟ୍ୟାକ୍ସ ଦେବାକୁ ପଡିବ । ଏକ ନିର୍ଦ୍ଧାରିତ ସମୟ ସୀମା ପାଇଁ ଖୋଲା ଯିବା ଯଦି ଏହା ପରେ ଆପଣଙ୍କର ନିର୍ଦ୍ଧାରିତ ସୁନା ଠାରୁ ଅଧିକ ସୁନା ମିଳେ ତେବେ ଆପଣକୁ ଦେବାକୁ ପଡିବ ଭାରୀ ମାତ୍ରାରେ ଜରିମାନା । ସେହିଭଳି ମନ୍ଦିର ଏବଂ ବିଭିନ୍ନ ଟ୍ରଷ୍ଟ ପାଖରେଥିବା ସୁନାର ମଧ୍ୟ ପ୍ରୋଡକ୍ଟିବ ଇନଭେଷ୍ଟମେଣ୍ଟ ଭାବରେ ବ୍ୟବହାର କରିବା ପାଇଁ ଖାସ ଘୋଷଣା ହୋଇପାରେ । ଆମନେଷ୍ଟି ସ୍କିମ ସହ ସୁନାକୁ ଆସେଟ କ୍ଲାସ ଭାବେ ପ୍ରତ୍ସୋହନ ଦିଆଯାଇପାରେ ।