ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ଟୀକାକରଣ । ଏହାରି ମଧ୍ୟରେ ଦେଶରେ ଜାନୁଆରୀ ୩୧ ରୁ ରାଷ୍ଟ୍ରୀୟ ପୋଲିଓ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ପ୍ରକୃତରେ ଜାନୁଆରୀ ୧୭ ରୁ ପୋଲିଓ ଟୀକାକରଣ ଆରମ୍ଭ ହେବାର ଥିଲା କିନ୍ତୁ ଜାନୁଆରୀ ୧୬ରୁ କରୋନା ଟୀକାକରଣ ଅଭିଯାନ ଆରମ୍ଭ ହେବା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ମାତ୍ର ରାଷ୍ଟ୍ରୀୟ ପୋଲିଓ ଟୀକାକରଣ ଦିବସ ଅବସରରେ ଜାନୁଆରୀ ୩୧ ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିବେ ।
ଅଭିଯାନ ଅନୁଯାୟୀ, ୫ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ପୋଲିଓ ବୁନ୍ଦା ଦିଆଯିବ । ଫେବୃଆରୀ ୨ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ଦେଶରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ପୋଲିଓ ଅନମୋଲ ଅଭିଯାନ ପରେ ୧୯୯୫ ରେ ପଲ୍ସ ପୋଲିଓ ପ୍ରତିରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଯେଉଁ ରବିବାର ଦିନ ପୋଲିଓ ଟୀକାକରଣ ଅଭିଯାନ ହୋଇଥାଏ ତାକୁ ରାଷ୍ଟ୍ରୀୟ ଟୀକାକରଣ ଦିବସ ରୂପେ ଜଣାଯାଇଥାଏ ।