ଅହମଦାବାଦ (ଏଟିଆର ବ୍ୟୁରୋ): ଆଜି ହେଉଛି ଏକତାର ପ୍ରତୀକ ତଥା ଲୌହ ମାନବ ସର୍ଦ୍ଦାର ବଳ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜନ୍ମ ବାର୍ଷିକ । ଏହି ଅବସରରେ ଦେଶବ୍ୟାପି ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କେବଡିଆରେ ଥିବା ‘ଷ୍ଟାଚୁ ଅଫ ୟୁନିଟି’ରେ ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୋଦି ପଡୋଶୀ ଦେଶ ପାକିସ୍ତାନର ନାଁ ନନେଇ ଟାଗେର୍ଟ କରିଛନ୍ତି ।
ସେ କହିଛନ୍ତି, ଜାମ୍ମୁ- କାଶ୍ମୀରରୁ ଆଟିକିଲ ୩୭୦ ଉଚ୍ଛେଦ ହେବାପରେ କିଛି ଲୋକ ଆମ ଏକତା ମଧ୍ୟରେ ପ୍ରବେଶ କରି ଆମ ମଧ୍ୟରେ କଳହ ସୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତିି । ଏବେ ଜାମ୍ମୁ- କାଶ୍ମୀରରେ ଏକ ପ୍ରକାରର ସ୍ଥିରତା ଆସିବାରେ ଲାଗିଲାଣି । ସର୍ଦ୍ଦାର ବଳ୍ଲଭ ଭାଇ ପଟେଲ ସବୁବେଳେ କହୁଥିଲେ କି ଯଦି କାଶ୍ମୀର ପ୍ରସଙ୍ଗ ତାଙ୍କ ପାଖକୁ ଆସିଥାଆନ୍ତା ତେବେ ଏତେ ବର୍ଷ ଲାଗିନଥାନ୍ତା ସମାଧାନ ହେବା ପାଇଁ । ଆଜି ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ମୁଁ ଆଟିକିଲ ୩୭୦ ନିଷ୍ପତ୍ତିକୁ ସର୍ଦ୍ଦାର ସାହେବଙ୍କୁ ସମର୍ପଣ କରୁଛି ।
PM: कभी सरदार पटेल ने कहा था कि अगर कश्मीर का मसला उनके पास रहा होता, तो उसे सुलझने में इतनी देर नहीं होती।आज उनकी जन्म जयंती पर, मैं आर्टिकल 370 को हटाने का फैसला, सरदार साहेब को समर्पित करता हूं। pic.twitter.com/ss1cGc57y2
— PMO India (@PMOIndia) October 31, 2019