ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ବର୍ଷ ପୂର୍ବରୁ ଭାରତ ସରକାର ଦେଶରେ ବିମୁଦ୍ରିକରଣ କରିଥିଲେ, କିନ୍ତୁ ଏବେ ଏହି ଭାରତୀୟ ନୋଟ୍ ଉପରେ ନେପାଳ ରୋକ୍ ଲଗାଇ ଦେଇଛି । ନେପାଳ ସରକାର ୧୦୦ ଟଙ୍କାରୁ ଅଧିକ ଭାରତୀୟ ନୋଟ ପ୍ରଚଳନ ଉପରେ ରୋକ୍ ଲଗାଇଛନ୍ତିି ।
ନେପାଳର ପ୍ରମୁଖ ଖବରକାଗଜ କାଠମାଣ୍ଡୁ ପୋଷ୍ଟ ର ରିପୋର୍ଟ ମୁତାବକ, ସରକାର ଜରୁରୀକାଳୀନ ପ୍ରଭାବରେ ଏହି ଆଦେଶ ଲାଗୁ କରିବାକୁ ଆଦେଶ ଦେଇଛନ୍ତି ।
ନେପାଳର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଗୋଂକୁଲ ପ୍ରସାଦ ବସକୋଟାଙ୍କ ମୁତାବକ, ୧୦୦ ଟଙ୍କାରୁ ଅଧିକ ମାନେ ୨୦୦,୫୦୦ ଏବଂ ୨୦୦୦ ଟଙ୍କା ପାଖରେ ନରଖନ୍ତୁ ବୋଲି ସରକାର ପକ୍ଷରୁ ଜଣାଇ ଦିଆଯାଇଛି । କେବଳ ଭାରତୀୟ ୧୦୦ ଟଙ୍କିଆ ନୋଟ୍ ନେପାଳର କାରବାର ଏବଂ ଅନ୍ୟ ଜିନିଷ ପାଇଁ ସ୍ୱୀକାର କରାଯିବ ।
ଖବରମୁତାବକ, ଭାରତୀୟ ୨୦୦ ଏବଂ ୫୦୦ ଟଙ୍କାର ନୋଟ୍ ନେପାଳରେ ବହୁଳ ଭାବରେ ବ୍ୟବହାର ହୁଏ । ନଭେମ୍ବର ୨୦୧୬ରେ ଭାରତ ସରକାରଙ୍କ ପକ୍ଷରୁ ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କା ପ୍ରଚଳନ ବନ୍ଦ କରିବା ଦ୍ୱାରା ନେପାଳରେ ଏବେ ବି କୋଟି କୋଟି ଟଙ୍କା ଫସି ରହିଛି ।