ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତି । ଆସିଲା ଶିକ୍ଷାନୀତିରେ ନୂଆ ପରିବର୍ତ୍ତନ ।ଏଣିକି ଅଧାରୁ ପାଠ ପଢା ଛାଡିଲେ ମିଳିବ ସାର୍ଟିଫିକେଟ । ୪ ବର୍ଷର ଡିଗ୍ରୀ କୋର୍ସ ପାଇଁ କ୍ରେଡିଟ ବ୍ୟବସ୍ଥା ରଖିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଯାହାଫଳରେ ଜଣେ ବିଦ୍ୟାର୍ଥୀ ଅଧାରୁ ପାଠ ଛାଡିଲେ ମଧ୍ୟ ତାକୁ ସାର୍ଟିଫିକେଟ ମିଳିବ । ଯାହା ଫଳରେ ସେ ପରେ ଇଚ୍ଛାକଲେ ଅଧାଥିବା ପାଠ ପୂର୍ଣ୍ଣାଙ୍ଗ କରିପାରିବେ ।
ସେହିଭଳି ଉଚ୍ଚଶିକ୍ଷା କ୍ଷେତ୍ରରେ ଗ୍ରେଡେଡ ଆକାଡେମିକ, ଆଡମିନେଷ୍ଟ୍ରେଟିଭ୍ ଓ ଫାଇନାନସିଆଲ ଅଟୋନମି ଆଦିକୁ ପ୍ରାଧାନ୍ୟ ଦିଆଯାଇଛି। ଦୀର୍ଘ ୩୪ ବର୍ଷ ପରେ ଶିକ୍ଷାନୀତିରେ ଆସିଲା ପରିବର୍ତ୍ତନ । ନୂଆ ଶିକ୍ଷାନୀତି-୨୦୨୦କୁ ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରି ମିଳିଛି।୨୦୩୫ ସୁଦ୍ଧା ମୋଟ ନାମଲେଖା ଅନୁପାତକୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ନୂଆ ଶିକ୍ଷାନୀତିରେ ପିଲାଙ୍କ ଘୋଷା ପାଠ ଉପରେ ନୁହେଁ, ବାସ୍ତବିକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ । ଏଣକି ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ନିୟନ୍ତ୍ରକ ସସ୍ଥା ରହିବ । ଯାହାଫଳରେ ଶିକ୍ଷା କ୍ଷେତ୍ରରେ ଏକ ସୁଧାର ଆସିବ । ଗତ ୩୪ ବର୍ଷ ହେଲା ଶିକ୍ଷାନୀତିରେ ସରକାର କୌଣସି ପରିବର୍ତ୍ତନ ଆଣିନଥିଲେ । ରାଜୀବ ଗାନ୍ଧୀଙ୍କ ସମୟ ଠାରୁ ଶିକ୍ଷାନୀତି ରହି ଆସିଥିଲ ।