ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସରା ବିଶ୍ୱ ଏବେ କରାନା ମହାମାରୀ ସହିତ ଯୁଦ୍ଧ କରୁଛି । ସାରା ବିଶ୍ୱ ଏହି ଅଦୃଶ୍ୟ ମହାମାରୀ ସହିତ ଲଢେଇ କରି ଏକ ପ୍ରକାର ବିଶ୍ୱର ସ୍ଥିତି ସଂଙ୍ଗୀନ ହୋଇ ପଡିଲାଣି । ବିଶ୍ୱର ବହୁ ବଡବଡ ପ୍ରଭାବଶାଳୀ ଅର୍ଥ ବ୍ୟବସ୍ଥା ଥିବା ଦେଶ ଏବେ ଏହି ମହାମାରୀରେ ନିଜର ସ୍ଥିତି ହରେଇ ବାକୁ ବସିଲେଣି । ସେହିଳି କରୋନା ମହାମାରୀ ପାଇଁ ଭାରତ ମଧ୍ୟ ଲକ ଡାଉନରେ ରହିଛି । ଯାହାଫଳରେ ଏବେ ଭାରତର ଅର୍ଥ ବ୍ୟବସ୍ଥା ମଧ୍ୟ ଏକ ପ୍ରକାର ଭୁଷୁଡି ପଡିଲାଣି । ଅନେକ ଶ୍ରମିକ ଓ କର୍ମଚାରୀ ନିଜର ଚାକିରି ହରେଇଲେଣି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ସମୟରେ କୃଷି ସମେତ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଆଂଶିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଏନେଇ ସରକାର କିଛି ନିର୍ଦ୍ଦିଷ୍ଟ କଟକଣା ଜାରି କରିଛନ୍ତି । ସୂଚନା ଅନୁସାରେ ଗତ ଅପ୍ରେଲ ୧୫ ତାରିଖରେ ନିଆଯାଇଥିବା କିଛି ନିଷ୍ପତି ପରେ ଅନେକ ସ୍ଥାନର ଏହାର ବିରୋଧାଭାସ ଦେଖିବାକୁ ମିଳିଥିଲା ।
ଯାହା ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ କରାଯାଇଥିଲା । ତେବେ କେନ୍ଦ୍ର ସରକାର ଏବେ ଏଥିରେ କିଛି ସଂଶୋଧନ କରି ନୂଆ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ କଟକଣାକୁ ପୂର୍ବ ଅପେକ୍ଷା ଅଧିକ କଡାକଡି କରାଯାଇଛି । ସମସ୍ତ କ୍ଷେତ୍ର୍ରରେ ସାମାଜିକ ଦୂରତାକୁ ଅଧିକ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । କାମ କରିବା ଠାରୁ ଆରମ୍ଭ କରି ଯାତାୟତ ସବୁ ସମୟରେ କିଭଳି ସାମାଜିକ ଦୂରତା ରକ୍ଷା କରାଯିବ ତା ଉପରେ ଦୃଷ୍ଟି ଦେବାକୁ କୁୁହାଯାଇଛି । ଯଦି ଏହାକୁ କøଣସି ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ମାନିବେ ନାହିଁ ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏମିତିକି ଯଦି କୌଣସି କ୍ଷେତରେ ଏଥିରେ ବ୍ୟତିକ୍ରମ ଦେଖାଯା ସେହି ସମୟରେ ପ୍ରତିଷ୍ଠାନକୁ ୩ ମାସ ପର୍ଯ୍ୟନ୍ତ ସିଲ କରି ଦିଆଯିବ । ଏମିତିକି ୨ ଦିନ ପର୍ଯ୍ୟନ୍ତ କାରଖାନାକୁ ବନ୍ଦ କରି ଦିଆଯାଇପାରେ । ପୂର୍ବରୁ ଦିଆଯାଇଥିବା ଅନୁମତି ଏବେ ବଳବତ୍ତର ରହିବ । ଏଥିପାଇଁ ଆଉ ପ୍ରଶାସନର ଅନୁମତି ନେବାକୁ ଆବଶ୍ୟକ ପଡିବ ନାହିଁ ।