ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ଭ୍ୟାକସିନ ବାହାରିବା ଉପରେ ଏବେ ବିଶ୍ୱର ସବୁଦେଶ ଦିନ ରାତି ଏକ କରି ଦେଇଛନ୍ତି । ସମସ୍ତେ ଅପେକ୍ଷା କରିଛନ୍ତି କେବେ ବାହାରିବ କରୋନାକୁ ମାତ ଦେଲାଭଳି ଭ୍ୟାକସିନ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ମୁତାବକ କରୋନା ଭ୍ୟାକସିନ ଉପରେ ଗବେଷଣା କରୁଥିବା ଏକ ସଂସ୍ଥା କରୋନା ଭ୍ୟାକସିନକୁ ମଣିଷ ଉପରେ ପରୀକ୍ଷା କରିବାକୁ ପ୍ରସ୍ତୁତ ଆରମ୍ଭ କରିଛି । ସୂଚନା ଅନୁସାରେ ଏହି ଗବେଷଣା ପାଇଁ ୮୦୦ ରୁ ଅଧିକ ଲୋକଙ୍କୁ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ଭ୍ୟାସିନ ଦେଉଥିବା ଭଲେଣ୍ଟର ମଧ୍ୟ ଜାଣିବେ ନାହିଁ ଏହି ଭ୍ୟାକସିନ ସେମାନେ କେଉଁ ରୋଗ ପାଇଁ ଦେଉଛନ୍ତି । ତେବେ ପ୍ରସ୍ତୁତ ହେଉଥିବା ଏହି ଟିକା କରୋନା ଭାଇରସ ପାଇଁ ପ୍ରସ୍ତୁତ ହୋଇନାହିଁ ।
ମାତ୍ର ଏହାକୁ କରୋନା କ୍ଷେତ୍ରରେ ବ୍ୟବହାର କଲେ ସୁଫଳ ମିଳିବ ବୋଲି ଆଶା ରହିଛି । ତେଣୁ ଏହାକୁ ମଣିଷ ଉପରେ ପରୀକ୍ଷଣ କରିବା ପାଇଁ ପ୍ରସ୍ତୁତ କରାଯାଉଛି । ଅକ୍ସାପୋର୍ଡରେ ଗବେଷଣା କରୁଥିବା ଗୋଟିଏ ଟିମ ଏହି ଭ୍ୟାକସିନକୁ ତିନିମାସ ହେଲା ପ୍ରସ୍ତୁତ କରୁଥିଲେ । ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବୈଜ୍ଞାନିକ ଏଲିସା ଗ୍ରାନ୍ଟୋ । ତେବେ ଏହି ଅବସରରେ ଆସନ୍ତୁ ଜାଣିବା କିଭଳି ଭ୍ୟାକସିନ କାର୍ଯ୍ୟ କରିବ କରୋନା ଉପରେ? ଏହାକୁ ମଣିଷ ଉପରେ ପ୍ରୟୋଗ କରିବା ପରେ ଏହା ସିଧା ଶରୀର ସେଲରେ ପ୍ରଭାହିତ ହୋେଇଥାଏ । ପରେ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇବା ସହିତ ସଂକ୍ରମଣ ଭୂତାଣକୁ ନଷ୍ଟ କରିବ । ସୂଚନାଯୋଗ୍ୟ ବୈଜ୍ଞାନିକ ଏଲିସା ଗ୍ରାନାଣ୍ଟକୁ ଦିଆଗଲା ପ୍ରଥମ ଟିକା ପୂର୍ବରୁ ଅକ୍ସପୋର୍ଡ ୟୁନିଭରସିଟି ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ୱରେ ଏହା ପୂର୍ବରୁ ୧୨ ଥର ପରୀକ୍ଷା ହୋଇ ସାରିଛି ।