ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଦଳିବ ଇଣ୍ଡିଆ ଗେଟ ଠାରୁ ରାଷ୍ଟ୍ରପତିର ଚିତ୍ର । ଇଣ୍ଡିଆ ଗେଟ୍ ଠାରୁ ରାଷ୍ଟ୍ରପତି ଭବନ ଯାଏଁ ନୂତନ କୋଠା ନିର୍ମାଣ ପାଇଁ ସେଣ୍ଟ୍ରାଲ ୱିଷ୍ଟାରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଆଗକୁ ସଂସଦରେ ଦୁଇ ସଦନରେ ସଦସ୍ୟ ସଂଖ୍ୟ ବୃଦ୍ଧି ପାଇଁ ଏହି କୋଠା ନିର୍ମାଣ କରାଯାଇଛି । କେନ୍ଦ୍ରୀୟ ସଚିବାଳୟ ନିମନ୍ତେ ୧୦ଟି ନୂତନ କୋଠା ନିର୍ମାଣ ହେବ । ତେବେ ରାଷ୍ଟ୍ରପତି ଭବନ , ବର୍ତ୍ତମାନର ସଂସଦ ଭବନ, ଇଣ୍ଡିଆ ଗେଟ ଏବଂ ରାଷ୍ଟ୍ରୀ ଅଭିଲେଖାଗାର ପୂର୍ବଭଳି ଯେମତି ଅଛି ସେହିଭଳି ରହିବ ।
ଅନ୍ୟପଟେ ଗତ ତିନି ମାସ ମଧ୍ୟରେ ଏହି ମାଷ୍ଟର ପ୍ଲାନକୁ ତିନିଥର ପରିବର୍ତ୍ତନ କରାଯାଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ପ୍ରଦାନ କରିଛନ୍ତି । ତେବେ ଏହି ମ୍ୟାପକୁ ବର୍ତ୍ତମାନ ସୁଦ୍ଧା ନିଦ୍ଧିଷ୍ଟ କରାଯାଇ ନାହିଁ । ଅନ୍ୟପଟେ ସେଣ୍ଟ୍ରାଲ ୱିଷ୍ଟାର ପ୍ଲାନ ଅନୁଯାୟୀ, ପୁରୁଣା ଗୋଲାକାର ସଂସଦ ଭବନ ସାମ୍ନାରେ ଗାନ୍ଧୀଜିଙ୍କ ପ୍ରତିମା ପଛରେ ଏକ ନୂତନ ତ୍ରିକୋଣୀୟ ସଂସଦ ଭବନ ନିମାଣ ହେବ । କିନ୍ତୁ ସସେଣ୍ୟ୍ରାଲ ହଲ ନିର୍ମାଣ ହୋବ ନାହିଁ ।ଏହି ପ୍ଲାନଟି ୧୩ଏକର ଜମିରେ ପ୍ରସ୍ତୁତ କରାଯାଇଛି । ଯେଉଁଠାରେ ଏକ ପାର୍କ, ଅସ୍ଥାୟୀ ନିର୍ମାଣ ଓ ପାର୍କିଂ ର ବ୍ୟବସ୍ଥା ରହିଛି । ତେବେ ନୂତନ କୋଠାରେ ୯୦୦ ସଂଖ୍ୟାକ ସିଟ ରହିବ ।
ସେହିପରି ନୂତନ ସଦନରେ ଦୁଇ ଦୁଇଟି ସାଂସଦଙ୍କ ପାଇଁ ଗୋଟିଏ ସିଟ ରହିବ, ଯାହାର ଲମ୍ବା ୧୨୦ ସେମି ରହିବ । ମିଳିତ ଅଧିବେଶନ ସମୟରେ ଏହି ସିଟରେ ୩ ଜଣ ବସି ପାରିବେ। ଅର୍ଥାତ୍ ସମୁଦାୟ ୧୩୫୦ ସାଂସଦ ବସି ପାରିବେ। ରାଜ୍ୟସଭାରେ ସମୁଦାୟ ୪୦୦ ସିଟ୍ ରହିବ। ଅନ୍ୟପଟେ ସାଉଥ ବ୍ଲକ ପଛପଟେ ନୂତନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ମାଣ ହେବ ଏବଂ ତାହା ପଛ ପଟେ ତାଙ୍କର ଆବାସ ରହିବ । ସେହିଭଳି ବର୍ତ୍ତମାନର ନର୍ଥ ବ୍ଲକ ପଛରେ ଉପରାଷ୍ଟ୍ରପତି ଭବନ ନିର୍ମାଣ ହେବ। ଅସ୍ତାୟୀ ନିର୍ମାଣକୁ ହଟାଇ ୯୦ ଏକର ଜମିରେ ନିର୍ମାଣ କାର୍ୟ୍ୟ ହେବ। ଟ୍ରାଫିକ ସମସ୍ୟା ରହିବ ନାହିଁ। ନର୍ଥ ଏବଂ ସାଉଥ ବ୍ଲକରେ ଜାତୀୟ ଇତିହାସ ମ୍ୟୁଜିଅମ ନିର୍ମାଣ ହେବ।