ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଠାରୁ ରାଜ୍ୟରେ ନୂଆ ମୋଟର ଭେଇକିଲ ଆଇନ କଡାକଡି ଭାବେ ଲାଗୁ କରାଯାଉଛି । ଆଜିଠାରୁ ଗାଡି ଚାଳକ ମାନେ ନିୟମ ଭାଙ୍ଗିଲେ ଆଉ ନିସ୍ତାର ନାହିଁ । ତେବେ ଆଜିଠାରୁ କେବଳ ଯେ ଏହି ନିୟମ କଡାକଡି ଭାବେ ପାଳନ କରାଯାଉଛି ତା ନୁହେଁ ଆହୁରି କିଛି ନୂଆ ନିୟମ ଆଜିଠାରୁ କଡାକଡି ଭାବେ ପାଳନ କରାଯିବ । ତେବେ ଆସନ୍ତୁ ଜାଣିବା ପୁରା ରିପୋର୍ଟ-
କେୱାସି ଦେଇ ନଥିଲେ ଆକାଉଣ୍ଟ ବନ୍ଦ-
ଆଜିଠାରୁ ଏସବିଆଇ ତା ଗ୍ରାହକଙ୍କ ପାଇଁ ଟିକେ କଠୋର ହୋଇ ଯାଉଛି । ଏସବିଆଇ କେୱାସି ଭରିବାର ଶେଷ ତାରିଖ ଗତ ୧୮ ତାରିଖ ପର୍ଯ୍ୟନ୍ତ ରଖିଥିଲା । ଯାହା ଶେଷ ହୋଇ ଯାଇଛି । ତେବେ ଯେଉଁମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବ୍ୟାଙ୍କରେ କେୱାସି ଦାଖଲ କରି ପାରି ନାହାନ୍ତି ଖୁବ ଶୀଘ୍ର ସେମାନଙ୍କ ଆକାଉଣ୍ଟକୁ ଏସବିଆଇ ବନ୍ଦ କରି ଦେଇପାରେ ।
ଏଟିଏମରେ ମିଳିବ ନାହିଁ ୨ ହଜାର ଟଙ୍କିଆ ନୋଟ- ସୂଚନାଯୋଗ୍ୟ ସାଧାରଣ ଜନତାଙ୍କ ସୁବିଧା ପାଇଁ ଭାରତୀୟ ବ୍ୟାଙ୍କ ଏକ ନୂଆ ପଦକ୍ଷେପ ନେଉଛି । ଆଗାମୀ ଦିନରେ ଆଉ ୨ ହଜାର ଟଙ୍କିଆ ନୋଟ ମିଳିବ ନାହିଁ । ବଜାରରେ ୨ ହଜାର ଟଙ୍କିଆ ନୋଟ ଖୁଚୁରା ହେବାକୁ ଅସୁବିଧା ହେଉଥିବାରୁ ଏମିତି ଏକ ପଦକ୍ଷେପ ନିଆଯାଉଥିବା କୁହାଯାଉଛି ।
ଲଟେରୀରେ ୨୮ ପ୍ରତିଶତ ଜିଏସଟି-
ଆଜିଠାରୁ ଲଟେରୀରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଛି ।
ଆଜିଠାରୁ ଫାସଟ୍ୟାଗ ପାଇଁ ଦେବାକୁ ପଡିବ ଅର୍ଥ
ସରକାର ମାଗଣାରେ ଯୋଗାଉଥିବା ଫାସଟ୍ୟାଗ ଆଜି ଠାରୁ ଶେଷ ହୋଇଛି । ଆଜିଠାରୁ ଫାସ ଟ୍ୟାଗ ପାଇଁ ଗାଡି ମାଲିକଙ୍କୁ ୧୦୦ ଟଙ୍କା ଦେଇ ଫାସଟ୍ୟାଗ ନେବାକୁ ପଡିବ ।