ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଜିଠାରୁ ଲାଗୁ ହେଲା ନୂତନ ନିୟମ । ଏଣିକି ଆଉ ଗାଡି ଚଳାଇବା ବେଳେ ଗାଡିର ସମସ୍ତ କାଗଜପତ୍ର ପାଖରେ ରଖିବା ଆବଶ୍ୟକ ପଡିବ ନାହିଁ । ଆଜ୍ଞା ହଁ ଗାଡିର ସମସ୍ତ କାଗଜପତ୍ରର ଡିଜିଟାଲ କପି ଆଜିଠୁ ସ୍ୱିକାର କରାଯିବ । ଏହାସହିତ ସରକାରଙ୍କ ଡିଜିଟାଲ ପୋର୍ଟାଲରେ ଇ-ଚାଲାଣ ଉପଲବ୍ଧ କରାଯିବ ଯାହାଫଳରେ ନିୟମ ଉଲ୍ଲଂଘନକାରୀ ସମସ୍ତ ସୂଚନା ପାଇପାରିବେ ।
ନିୟମ ଉଲ୍ଲଂଘନକାରୀଙ୍କ ରେକର୍ଡ ଏବେ ଇଲେକ୍ଟ୍ରନିକାଲ ମେଣ୍ଟେନ କରାଯିବ । ସେହି ଅବସରରେ ଅଥରିଟି ପକ୍ଷରୁ ଡ୍ରାଇଭରର ବ୍ୟବହାରକୁ ବି ମନିଟରିଙ୍ଗ କରାଯିବ । କେବଳ ଏତିକି ନୁହେଁ ଯାଞ୍ଚ ସମୟରେ ପୋଲିସ ଅଧିକାରୀଙ୍କ ଫଟୋ ବି ପୋର୍ଟାଲରେ ଅପଲୋଡ କରାଯିବ ।
ଏଣିକି ଗାଡି ଚାଳକଙ୍କୁ ସେମାନଙ୍କ କାଗଜପତ୍ର ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସକୁ ସରକାରୀ ଅନଲାଇନ ପୋର୍ଟାଲ ଡିଜିଲକର ଏବଂ ଏମ ପରିବହନରେ ସେଭ କରିବାକୁ ପଡିବ । ସେହିପରି ଯଦି ଆପଣ ଡ୍ରାଇଭିଂ କରିବା ବେଳେ ଫୋନ ବ୍ୟବହାର କରୁଥିବାର ଧରାପଡନ୍ତି ତେବେ ଆପଣଙ୍କୁ ଭାରି ପଡିବ । ନୂତନ ନିୟମ ଅନୁସାରେ ରୁଟ୍ ନେଭିଗେସନ ଏବଂ ଅନ୍ୟ କାମ ପାଇଁ ଆପଣ ସାମଧାନତାର ସହ ଫୋନ ବ୍ୟବହାର କରିବାକୁ ପଡିବ । ନଚେତ୍ ଆପଣଙ୍କଠାରୁ ଇ-ଚାଲାଣ କଟାଯାଇପାରେ ।