ଅକଲାଣ୍ଡ(ଏଟିଆର ବ୍ୟୁରୋ): ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅକଲାଣ୍ଡ ସେଡେନ ଭାରତୀୟ ଦଳ ପକ୍ଷରୁପାର୍କରେ ୨ୟ ଦିନିକିଆ ମ୍ୟାଚ ଖେଳା ଯାଉଛି । ଭାରତ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୭୩ ରନ କରିପାରିଛି ନ୍ୟୁଜିଲାଣ୍ଡ । ନୁଜିଲାଣ୍ଡର ଓପନର ମାର୍ଟିନ ଗୁପ୍ଟଲ ୭୯ ରନ, ବ୍ଲୁଣ୍ଡେଲ ୨୨, ରସ୍ ଟେଲର୍ ୭୩ ଓ ଜାମିଶନ ୨୩ରନ କରି ଶେଷ ପର୍ୟ୍ୟନ୍ତ ଅପରାଜିତ ରହିଥିଲେ।
ସେହିପରି ଭାରତୀୟ ଦଳ ପକ୍ଷରୁ ଚହଲ ସର୍ବାଧିକ ୩ଟି ଓ୍ବିକେଟ ନେବା ସହ ଶର୍ଦ୍ଦୁଲ ଠାକୁର ୨ ଓ ରବିନ୍ଦ୍ର ଜାଡେଜ ୧ଟି ଓ୍ବିକେଟ୍ ହାସଲ କରିଛନ୍ତି । ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ବିଜୟୀ ସହ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି ।