ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ନୂଆଦିଲ୍ଲୀ ସ୍ଥିତ ବୁାରାଡୀ ଅଞ୍ଚଳରୁ ୧୧ ମୃତ୍ୟୁଦେହ ଉଦ୍ଧାର ଘଟଣା ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହା ହତ୍ୟା କି ଆତ୍ମହତ୍ୟା ତାହାକୁ ନେଇ ପୋଲିସ ସନ୍ଦେହ ଘେରରେ ଥିଲା । କିନ୍ତୁ ଏବେ ଏଇ ଘଟଣାର ରାଜ୍ ଧୀରେ ଧୀରେ ଫିଟିବାରେ ଲାଗିଛି ।
ଆଜ୍ଞା ହଁ ଯେଉଁ ଘରୁ ମୃତଦେହ ଉଦ୍ଧାର ହୋଇଥିଲା । ସେହି ଘରୁ ଅନେକ ହାତ ଲେଖା ଚିଠି ମିଳିଛି । ସେଥିରୁ ସ୍ପଷ୍ଟ ହେଉଛି କି ଧାର୍ମିକ ବିଶ୍ୱାସ ଯୋଗୁଁ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ସେହି ଚିଠିରେ ଲେଖା ହୋଇଛି ଯେ,ମୃତ୍ୟୁର ପ୍ରକ୍ରିୟା ଏହାକୁ ଅବଲମ୍ବନ କଲେ ମୋକ୍ଷ ପ୍ରାପ୍ତି ହେବ । ଯେପରି ଅଧରାତ୍ରରେ ମନ୍ତ୍ର ଯପ କରିବା । ମୃତ୍ୟୁ ପୂର୍ବରୁ ଆଖି ବନ୍ଦ କରିଦେବା । ଫାସି ଦଉଡିିରେ ଛଟପଟ ହେବା ଆଦି ।
ସୂଚନାନୁଯାୟୀ , ଗତକାଲି ବୁରାଡୀ ଅଞ୍ଚଳରୁ ଗୋଟିଏ ଘରୁ ଏକାସଙ୍ଗରେ ଝୁଲନ୍ତା ଅବସ୍ଥାରେ ୧୧ଟି ମୃତଦେହ ମିଳିଥିଲା । ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଏବଂ ୪ ଜଣ ପୁରୁଷ ଥିଲେ ।