ଯାଜପୁର (ଏଟିଆର ବ୍ୟୁରୋ): ଶୁଣୁନି ରାଜ୍ୟ କି ଶୁଣୁନି କେନ୍ଦ୍ର । ପଦ୍ମ ଘୁଞ୍ଚି ଘଞ୍ଚି ଯାଉଛି । କଥା ଦେଇ ଏବେ କମ୍ପାନୀ ଠକୁଛି । ବିନା ଦରମାରେ ଦୀର୍ଘ ୮ମାସ ହେଲା ଖଟୁଛନ୍ତି କର୍ମଚାରୀ । କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ସରକାରୀ କାରଖାନା ଭାବେ ପରିଚିତ ନୀଳାଚଳ ଇସ୍ପାତ ନିଗମ ଏବେ ଅଚଳ ହୋଇଛି । ଓଡିଶାର ବୀରପୁତ୍ର ବିଜୁବାବୁ ଏହି ଇସ୍ପାତ କାରଖାନାର ସ୍ୱପ୍ନ ଦେଖିଥିବା ବେଳେ ଏହା ବେଳେ ଦିଗ ହରା ହୋଇଛି । ଏହି କାରଖାନା ଉପରେ ନିଭର ଥିବା ଅନେକ ପରିବାର ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାରଖାନା ନିର୍ମାଣ ପାଇଁ ଜମିି ଯୋଗାଇଥିବା ଲୋକଙ୍କ ଦୁଃଖ ବୁଝୁନାହାନ୍ତି ସରକାର । ଅନ୍ୟପଟେ ସେଠାରେ କାର୍ଯ୍ୟରତ ଥିବା ହଜାର ହଜାର ଶ୍ରମିକଙ୍କ କଥା ଶୁଣିବାକୁ ନା କମ୍ପାନୀ ରାଜି ନାହିଁ କେନ୍ଦ୍ର କି ରାଜ୍ୟ ସରକାର ରାଜି । ନୀଳାଚଳର ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ଘୁଞ୍ଚି ଘୁଞ୍ଚି ଯାଉଥିବା ବେଳେ କର୍ମଚାରୀ ଏବଂ ଶ୍ରମିକଙ୍କ ଦୁଃଖ ବଢିବଢି ଚାଲିଛି । କର୍ମଚାରୀମାନେ ଦୀର୍ଘ ୮ମାସ ହେବ ପାଉଣା ପାଇନଥିବା ବେଳେ ନୀଳାଚଳର ଆଶିଂଦାର ଥିବା ଏମଏମଟିସି ଧରା ଦେଉନାହିଁ ।
ମହାମାରୀ କରୋନାରେ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀମାନଙ୍କ ପାଇଁ ସରକାର କାମ ଯୋଗଇବାରେ ଅକ୍ଷମ ହେବାରୁ ସେମାନେ ପୁଣି ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଏପଟେ ନିଜ ରାଜ୍ୟରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଇସ୍ପାତ କମ୍ପାନୀ ନୀଳାଚଳ କଥା ବୁଝିବାକୁ କେହି ରାଜି ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଖରେ କର୍ମଚାରୀମାନେ ନିଜର ଦୁଃଖ ଜଣାଇବା ସହ ବିଜୁବାବୁଙ୍କର ସ୍ୱପ୍ନ ଥିବା ଏହି କମ୍ପାନୀକୁ ବଞ୍ଚଇବା ପାଇଁ ଗୁହାରୀ କରିବା ସହ ଲିଖିତ ଭାବେ ଜଣାଛନ୍ତି । ବାରମ୍ବାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସତ୍ୱେ ଏହା ଉପରେ କୌଣସି ଦୃଷ୍ଟି ନଦେବାରୁ ମିଳିତ ମଞ୍ଚ ର ଆବାହକ ରଞ୍ଜନ କୁମାର ନାୟକ ଗତ ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ । କାରଖାନାକୁ କୌଣସି ରାଷ୍ଟ୍ରାୟତ ଉଦ୍ୟୋଗ ଦ୍ୱାରା ପରିଚାଳନା କରିବାକୁ ଏବଂ ନିଜସ୍ୱ ଖଣି ଉତ୍ପାଦିତ କଞ୍ଚାମାଲ ସହାୟତା ଉତ୍ପାନଦ କଲେ ଲାଭ ବଢିବ ବୋଲି ପ୍ରସ୍ତାବ ଦେଇଥିଲେ । ଏହା ଛଡା ଦୀର୍ଘ ଦିନ ହେବ କର୍ମଚାରୀ କି ଶ୍ରମିକ ଦରମା ନପାଇ କିପରି ଆତ୍ମହତ୍ୟ କରିବାକୁ ବାଧ୍ୟ ହେଉଛନ୍ତି ତାହା ମଧ୍ୟ ଦର୍ଶାଇଛନ୍ତି । କର୍ମଚାରୀମାନଙ୍କର ଦରମା ବାବଦରେ ଏମଏମଟିସିକୁ ଚିଠି କରିବାରୁ ସେ କର୍ମଚାରୀ ଓ ଶ୍ରମିକଙ୍କ ଦରମା ବାବଦରେ କିଛି କରିପାରିବ ନାହିଁ ବୋଲି ରୋକଠେକ ମନା କରିଛି ।
ତେବେ ରାଜ୍ୟପାଳ ଲିଖିତ ଆକାରରେ ଏହି କମ୍ପାନୀ ବାବଦରେ କୌଣସି ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ ହାଇକୋର୍ଟ ମଧ୍ୟ ତଦନୁରୂପ ସରକାରଙ୍ମକୁ ନିଦ୍ଦେର୍ଶ ନାମା ଜାରି କରିଛନ୍ତ । ଏତେ ସତ୍ତେ୍ୱ ରାଜ୍ୟ କିମ୍ବା କେନ୍ଦ୍ର ସରକାରୀଙ୍କ ଏହା ଉପରେ କୌଣସି ପ୍ରଭାବ ପଡୁନାହିଁ । ସେପଟେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଦୁଇ ଦୁଇଜଣ ବରିଷ୍ଠ ନେତା ଧମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଥିବା ସତ୍ୱେ ଏହି କମ୍ପାନୀ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇପାରୁନାହିଁ । ସ୍ଥାନୀୟ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପ୍ରଶାସନିକ ଅଧିକାରଙ୍କ ପାଖରେ ଯେତେ ଲଖିତ ଅଭିଯୋଗ କଲେ ମଧ୍ୟ କର୍ମଚାରୀମାନଙ୍କୁ ଖାଲି ଶୁଖିଲା ପ୍ରତିଶୃତି ଛଡା ଆଉ କିଛିବି ହାତରେ ଲାଗୁ ନାହିଁ । ତେବେ ଦେଖିବାକୁ ବାକି ରହିଲା ରାଜନୀତିର କାଦୁଅରେ ଛନ୍ଧି ହୋଇଥିବା ନୀଳାଚଳ ଇସ୍ପାତ ନିଗମର ଭବିଷ୍ୟତ କଣ ହେବ ଓ ଏଥିରେ କାର୍ଯ୍ୟରତ ଥିବା ଶ୍ରମିକଙ୍କୁ ଦୁଃଖ କେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟିରେ ପଡିବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024