ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବାରମ୍ବାର ଭିନ୍ନ ଭିନ୍ନ ବାହାନା କରି ଫାଶୀ ଘୁଞ୍ଚାଇବାରେ ସଫଳ ହେଉଥିବା ନିର୍ଭୟା ଦୋଷୀମାନଙ୍କୁ ଆଉ ତ୍ରାହି ନାହିଁ ।
ଶେଷ ହୋଇଛି ଦୋଷୀ ମାନଙ୍କର ସବୁ ବିକଳ୍ପ । ପୂର୍ବରୁ ତିନି ଦୋଷୀ ନିଜ ପାଖରେ ଥିବା ସବୁ ବିକଳ୍ପକୁ ବ୍ୟବହାର କରି ଦୁଇ ଦୁଇଥର ଫାଶୀ ଘୁଞ୍ଚାଇବାରେ ସଫଳ ହୋଇଥିଲେ । ଆଜି ଶେଷ ଦୋଷୀ ପୱନ ଗୁପ୍ତାର କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ, ସଙ୍ଗେ ସଙ୍ଗେ ଦୋଷୀ ପୱନ ନିଜ ପାଖରେ ଥିବା ଶେଷ ବିକଳ୍ପକୁ ବ୍ୟବହାର କରିଥିଲା ।
ପୱନ ସୁପ୍ରିମକୋର୍ଟଙ୍କ ଆଦେଶ କୁ ଚ୍ୟାଲେଞ୍ଜ କରି ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲା । ମାତ୍ର ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫାଶୀ ଟାଳିବା ପାଇଁ ଥିବା ଶେଷ ବିକଳ୍ପକୁ ମଧ୍ୟ ଖାରଜ କରିଛନ୍ତି ।
ସୁପ୍ରିମକୋର୍ଟରେ ପୱନର କ୍ୟୁରେଟିଭ ପିଟିସନ ଖାରଜ ହେବା ଆଜି ସେ ରାଜକ୍ଷମା ଆବେଦନ କରିଥିଲା । ଏବଂ ଆଜି ହିଁ ରାଷ୍ଟ୍ରପତି ତାର ଆବେଦନର ଶୁଣାଣି କରିଛନ୍ତ ।
କାଲି ଭୋର ୬ଟାରେ ସମସ୍ତ ୪ଦୋଷୀଙ୍କୁ ଫାଶୀ ପାଇଁ ଡେଥ ୱାରେଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ କାଏମ ରଖାଯାଇଛି । ଅନ୍ୟପଟରେ ସମସ୍ତ ୪ ଦୋଷୀଙ୍କ ପାଖରେ ଫାଶୀ ଟାଳିବାକୁ ନେଇ ଆଉ କୌଣସି ବିକଳ୍ପ ବଞ୍ଚି ନଥିବାରୁ କାଲି ଏକପ୍ରକାର ଫାଶୀ ଫାଇନାଲ ବୋଲି କୁହାଯାଇପାରେ ।