ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଫାଶୀ ହୋଇପାରେ । ଏନେଇ ତିହାଡ ଜେଲ ପକ୍ଷରୁଏବେ ଜହ୍ଲାଦର ଅନୁସନ୍ଧାନ କରାଯାଉଛି । ଯିଏ ଏମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବେ । ତିହାଡ ଜେଲରେ ଏବେ କୌଣସି ଜହ୍ଲାଦ ନଥିବାରୁ ଅନ୍ୟ କୌଣସି ଜେଲରୁ ଜହ୍ଲାଦ ଆଣିବାକୁ ବିଚାର ବିମର୍ଶ ଚାଲିଛି । ସୂଚନାଯୋଗ୍ୟ ନିର୍ଭୟା ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଦୋଷୀ ଏବେ ତିହାଡ ଜେଲରେ ରହିଛନ୍ତି ।
ଏଇ ନିକଟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି ।ଗତ ୨୦୧୨ ମସିହା ୧୬ ଡିସେମ୍ବର ରାତିରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ପୂର୍ବରୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ତେବେ ଏହି ଶୁଣାଣୀରେ ଜଣେ ଦୋଷୀ ଆତ୍ମହତ୍ୟା କରି ଦେଇଥିଲା । ସେହିଭଳି ଆଉ ଜଣେ ଦୋଷୀ ନାବାଳକ ହୋଇଥିବାରୁ ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା ।