ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରୁଛନ୍ତି । ସେ ତାଙ୍କ ବଜେଟ ଭାଷଣରେ ବଡ ଘୋଷଣା କରିଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ ବଜେଟ ଉପସ୍ଥାପନା କରି ଅର୍ଥମନ୍ତ୍ରୀ କହିଛନ୍ତି କି, ୨୦୨୨ ସୁଧା ସରକାର କୃଷକଙ୍କ ପାଇଁ ଆୟ ଦୁଇଗୁଣା କରିବା ପାଇଁ ସ୍ଥିର କରିଛନ୍ତି ।
ଏହାସହିତ ପ୍ରଧାନମନ୍ତ୍ରୀ ୮୦ ମିଲିଅନ ପରିବାରକୁ କିଛି ମାସ ଯାଏଁ ମାଗଣାରେ ଗ୍ୟାସ ଯୋଗାଇଛନ୍ତି, ୪୦ ମିଲିଅନ ରୁ ଅଧିକ କୃଷକ, ମହିଳା, ଗରିବ ପାଇଁ ନଗଦ ରାଶି ଯୋଗାଇ ଦେଇଛନ୍ତି ବୋଲି ସେ କହିଛନ୍ତି ।
କରୋନା କାଳରେ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ସୀତାରମଣ କହିଛନ୍ତି, ଏଭଳି ପରିସ୍ଥିତିରେ ବଜେଟ ପ୍ରସ୍ତୁତ କରାଯାଇଛି, ଯାହା ପୂର୍ବରୁ କେବେ ବି ହୋଇ ନାହିଁ । ୨୦୨୦ ରେ ଆମେ କରୋନା ସହିତ ଆଉ କଣ କଣ ସବୁ ସହିଛୁ ତାହାର ଉଦାହରଣ ନାହିଁ ।
କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଦେଇଥିବା ସହାୟତାକୁ ଗଣନା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ୮୦୦ ମିଲିୟନ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨.୭୬ ଲକ୍ଷ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି।