ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅର୍ଥମନ୍ତ୍ରାଳୟର ଚତୁର୍ଥ ସାମ୍ବାଦିକ ସମ୍ମିଳନୀ ବୈଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ଷୁଦ୍ର କରଦାତା, ଘର କିଣିବା ଏବଂ ରପ୍ତାନିକୁ ବୃଦ୍ଧି କରିବା ପାଇଁ ଅନେକ ବଡ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ କ୍ଷୁଦ୍ର ଘର କ୍ରେତାଙ୍କୁ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର କିଣିବାରେ ଛୁଟ୍ ମିଳିବ । ସେହିପରି କ୍ଷୁଦ୍ର କରଦାତାଙ୍କୁ ଆୟକର ରିଟର୍ନ ଫାଇଲ କରିବା ପରେ କୌଣସି ଛୋଟିଆ ତୃଟି ପାଇଁ ଅଭିଯୋଗ କରାଯିବ ନାହିଁ । ଏହାବ୍ୟତିତ ଅନେକ ଦିନ ଧରି ପଡିରହିଥିବା ପ୍ରୋଜେକ୍ଟକୁ ପୁରଣ କରବିା ପାଇଁ ସରକାର ନିଜ ପକ୍ଷରୁ ୧୦ ହଜାର କୋଟି ଟଙ୍କା ସହାୟକ ହେବେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ମୁଦ୍ରାସ୍ଫିତି ନିୟନ୍ତ୍ରଣରେ ରହିଛି ଏବଂ ଔଦୋଗିକ ଉତ୍ପାଦନ ସୁଧାରରେ ସଂକେତ ନଜର ଆସୁଛି । ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କକୁ କ୍ଷୁଦ୍ର ମୁଦ୍ରାସ୍ଫିତ ଚାରି ପ୍ରତିଶତ ରୁ ତଳକୁ ରଖିବା ପାଇଁ ଲକ୍ଷ୍ୟ ଦିଆଯାଇଛି । ହୁଏତ ଏହା ଅଗଷ୍ଟ ମାସରେ ବୃଦ୍ଧି ହୋଇ ୩.୨୧ ପ୍ରତିଶତକୁ ଛୁଇଁଥିଲା କିନ୍ତୁ ଏହା ଏବେ ନର୍ଦ୍ଧାରିତ ରେଞ୍ଜରେ ଅଛି ।
୨୦୧୮-୧୯ ର ଔଦୋଗିକ ଉତ୍ପାଦନର ସମ୍ବନ୍ଧିତ ସମସ୍ତ ଚିନ୍ତା ପରେ ବି ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଆମକୁ ସୁଧାରର ସ୍ପଷ୍ଟ ସଂକେତ ଦୃଶ୍ୟମାନ ହେଉଛି । ଆଂଶିକ ଋଣ ଗାରେଣ୍ଟି ଯୋଜନା ସମେତ ଅଣ-ବ୍ୟାଙ୍କିଂ ଅର୍ଥ କମ୍ପାନୀରେ ଋଣ ପ୍ରଭାବ ସୁଧାରିବା ପାଇଁ ପଦକ୍ଷେପର ଘୋଷଣା ର ପରିଣାମ ଦେଖିବାକୁ ମିଳିଲାଣି ।