ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ବର୍ଷ ୨୦୨୦-୨୧ ପାଇଁ ପୁର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଆଜିର ଅଭିଭାଷଣ ଉପରେ ସାରା ଦେଶର ନଜର ରହିଥିଲା ।
ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦେଶର ଦିତ୍ୱୀୟ ମହିଳା ଅର୍ଥମନ୍ତ୍ରୀ । ଆଜି ବଜେଟ ଉପସ୍ଥାପନ ସମୟରେ ନିର୍ମଲା ଦୀର୍ଘ ୨ଘଣ୍ଟା ୪୧ମିନିଟ ପର୍ଯ୍ୟନ୍ତ ଲଗାତର ଭାବେ ବଜେଟ ଉପରେ ଭାଷଣ ଦେଇଛନ୍ତି । ପୂର୍ବରୁ କୌଣସି ଅର୍ଥମନ୍ତ୍ରୀ ଏତେ ସମୟ ପର୍ଯ୍ୟନ୍ତ ବଜେଟ ଉପସ୍ଥାପନ କରିଥିଲେ । ୨ଘଣ୍ଟା ୪୧ମିନିଟ ପର୍ଯ୍ୟନ୍ତ ବଜେଟ ଉପସ୍ଥାପନ କରି ନିର୍ମଲା ରେକର୍ଡ କରିଛନ୍ତି ।
ଗତବର୍ଷ ଅର୍ଥମନ୍ତ୍ରୀ ନିର୍ମଲା ସୀତରମଣ ୨ଘଣ୍ଟା ୧୭ମିନିଟ ପର୍ଯ୍ୟନ୍ତ ବଜେଟ ଉପସ୍ଥାପନ କରିଥିଲେ । ମାତ୍ର ଏବର୍ଷ ଅର୍ଥମନ୍ତ୍ରୀ ୨ଘଣ୍ଟା ୪୧ମିନିଟ ପର୍ଯ୍ୟନ୍ତ ବଜେଟରେ ତଥ୍ୟ ସବୁ ଦେଶବାସୀଙ୍କୁ ଜଣାଇବା ପରେ କ୍ଳାନ୍ତ ଅନୁଭବ କରିଥିଲେ । ଏଥଇପାଇଁ ବଜେଟ ଶେଷ ହେବାକୁ ମାତ୍ର ଆଉ ୨ପୃଷ୍ଟା ଥିଲେ ମଧ୍ୟ ବଜେଟକୁ ଅଧାରୁ ଶେଷ କରିଥିଲେ ଅର୍ଥମନ୍ତ୍ରୀ ।