ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ସୁପ୍ରିମକୋର୍ଟ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ଡେଥ ୱାରେଣ୍ଟ ଜାରି କରିଛନ୍ତି । ଆସନ୍ତା ମାର୍ଚ୍ଚ ୩ ତାରିଖରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଆଜି ଦିଲ୍ଲୀ ପଟିଆଲା ହାଉସକୋର୍ଟ ଏହି ଡେଥ ୱାରେଣ୍ଟ ତାରିଖ ଘୋଷଣା କରିଛନ୍ତି । ୪ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ ଟା ବେଳେ ଫାଶୀ ଦେବାକୁ ନିର୍ଦେଶ ଦେଇଛନ୍ତି । ବିଚାରପତି ଧର୍ମେନ୍ଦ୍ର ରାଣା ତିହାର ଜେଲ କତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।
ଗତ ବୁଧୁବାର ହୋଇଥିବା ଏହି ମାମଲାର ଶୁଣାଣୀ କରି ଆଜି ଚୂଡାନ୍ତ ରାୟ ଦେଇଛନ୍ତି କୋର୍ଟ । ସବୁଠାରୁ ବଡ କଥା ହେଲା ଆଜି ଶୁଣାଣୀ ସମୟରେ ଅଭିଯୁକ୍ତ ପୱନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରି ପିଟିସନ ଦାଖଲ କରିବାକୁ କହିଥିଲା । ତେବେ ଏହାର ଉତ୍ତରରେ କୋର୍ଟ କହିଥିଲେ ଅଭିଯୁକ୍ତଙ୍କୁ ସମସ୍ତ ନ୍ୟାୟିକ ପକ୍ରିୟା ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ଯାହାର ଡେଡ ଲାଇନ ଗତ ଫେବୃଆରୀ ୧୨ ରେ ଶେଷ ହୋଇଛି । ଆଉ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି କୋର୍ଟ ସିଧାସିଧା ଶୁଣାଇ ଦେଇଥିଲେ ।