ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାତି ପାହିଲେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟାର ୪ ଅଭିଯୁକ୍ତ । ହେଲେ ଫାଶୀକୁ ଟାଳିବା ପାଇଁ ଅଭିଯୁକ୍ତମାନେ ଏବେ ମଧ୍ୟ ସେମାନଙ୍କ ଶେଷ ସୁଯୋଗ ଛାଡିବାକୁ ପ୍ରସ୍ତୁତ ନାହାନ୍ତି । କାଳବଳେ କୌଶଳେ ଫାଶୀକୁ ଟାଳି ଦେବାକୁ ଆଜି ମଧ୍ୟ ପ୍ରଚେଷ୍ଟା ଜାରି କରିଛନ୍ତି । ଦୋଷୀ ପୱନ ଗୁପ୍ତା ଦେଇଥିବା ପିଟିସନକୁ ଆଜି ଖାରଜ କରିଛନ୍ତି ଅଦାଲତ । ପୱନଗୁପ୍ତା ସୁପ୍ରିମକୋର୍ଟରେ ଦେଇଥିବା କ୍ୟୁରେଟିଭ ପିଟିସନକୁ ବିଚାରପତି ଏନଭି ରମଣଙ୍କ ନେତୃତ୍ୱରେ ଗଠିତ ହୋଇଥିବା ୬ ଜଣିଆ ଖଣ୍ଡପୀଠ ଏହି ମାମାଲାକୁ ଖାରଜ କରିଛନ୍ତି ।
ଏହି ପିଟିସନରେ ପୱନ ଦାବି କରିଛି ଯେ ସେ ମାମଲା ସମୟରେ ଅର୍ଥାତ ୨୦୧୨ ମସିହାରେ କିଶୋର ଅବସ୍ଥାରେ ଥିଲା । ତେଣୁ ତାର ମୃତ୍ୟୁ ଦଣ୍ଡ ଟାଳି ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଥିଲା । ସୂଚନାଯୋଗ୍ୟ ଗତକାଲି ସକାଳ ୫ ଟା ୩୦ ମିନିଟରେ ଫାଶୀ ଦେବାକୁ କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି ।