ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଧାର କାର୍ଡକୁ ନେଇ ବଡ ବୟାନ ଦେଇଛି ୟୁଆଇଡିଏଆଇ । କରୋନା ଟୀକାକରଣ ପାଇଁ ଆଧାର କାର୍ଡ ଆବଶ୍ୟକ ନାହିଁ । ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି କି, ଆଧାର କାର୍ଡ ନଥିଲେ କାହାରିକୁ ଟୀକାରୁ ବଞ୍ଚିତ କରାଯାଇ ପାରିବ ନାହିଁ । ସେହିପରି ଆଧାରକାର୍ଡ ନଥିଲେ କୌଣସି ରୋଗୀଙ୍କୁ ମେଡିସିନ୍, ହସ୍ପିଟାଲରେ ଭର୍ତ୍ତି ଏବଂ ଚିକିତ୍ସା ପାଇଁ ମନା କରାଯାଇ ପାରିବ ନାହିଁ ।
ୟୁଆଇଡିଏଆଇ ଏକ ବୟାନରେ କହିଛି କି, ଆଧାରକାର୍ଡ ପାଇଁ ଏକ୍ସେପ୍ସନ ହ୍ୟାଣ୍ଡଲିଙ୍ଗ ମ୍ୟାକେନିଜ୍ମ ସ୍ଥାପିତ ହୋଇଛି । ଯାହାର ୧୨ ଅଙ୍କ ବିଶିଷ୍ଟ ବାୟୋମେଟ୍ରିକ ଅନୁପସ୍ଥିତିରେ ସୁବିଧା ଏବଂ ବିତରଣ ନିର୍ଣ୍ଣୟ କରିବା ପାଇଁ ଏହାର ପାଳନ କରାଯିବା ଉଚିିତ୍ ।
ଆଧାରକାର୍ଡ ନଥିଲେ ବ୍ୟକ୍ତିଙ୍କୁ ଆବଶ୍ୟକୀୟ ସାମଗ୍ରୀ ଦେଉ ନାହାନ୍ତି । ତେବେ ଆଧାର ଏହାର କାରଣ ହେବା ଉଚିତ୍ ନୁହେଁ । ଆଧାର ବିନା ମଧ୍ୟ ଜରୁରୀ କାମ ଏବଂ ସୁବିଧାର ବ୍ୟବହାର କରାଯାଇ ପାରିବ ।