ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ଫିଲ୍ମ ଏବଂ ସିରିଏଲ ଇଣ୍ଡଷ୍ଟ୍ରିକୁ ନେଇ ସରକାରଙ୍କ ବଡ ନିଷ୍ପତି । ଏବେ କୌଣସି ଫିଲ୍ମ ଏବଂ ସିରିଏଲର ଇନଡୋର ଏବଂ ଆଉଟଡୋର ସୁଟ ହୋଇ ପାରିବ ନାହିଁ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
ରାଜ୍ୟରେ ଏବେ ଲଗାତର ଭବେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି । ବାରମ୍ବାର ସରକାରଙ୍କ ପକ୍ଷରୁ ସତର୍କ କରାଯାଉଛି । ଅଧିକ ଲୋକ ସମାଗମ ଉପରେ କଟକଣା ଜାରି ରହିଥିବା ବେଳେ ଏବେ ଫିଲ୍ମ ଏବଂ ସିରିଏଲ ସୁଟିଂ ପାଇଁ ବାରଣ କରାଯାଇଛି ।