ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ବିଭିନ୍ନ ସୁବିଧାମାନ କରାଯାଇଥାଏ । ଏଥି ମଧ୍ୟରେ ଆଉ ଏକ ସୁବିଧା ଯୋଡି ହୋଇ ଯାଇଛି । ଆଜ୍ଞା ହଁ ରେଲୱେ ଷ୍ଟେସନରେ ଏବେ ଯାତ୍ରୀ ସ୍ୱାସ୍ଥ୍ୟ ଚିକିତ୍ସା କରିପାରିବେ । କେବଳ ୫୦ ଟଙ୍କାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ୧୬ ପ୍ରକାରର ପରୀକ୍ଷା କରିପାରିବେ ଯାତ୍ରୀ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ରିପୋର୍ଟ ପାଇଁ ଯାତ୍ରୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ନାହିଁ । ୧୦ ମିନିଟ୍ ରେ ରିପୋର୍ଟ ପାଇଯିବେ ଯାତ୍ରୀ । ଯଦି କୌଣସି ବ୍ୟକ୍ତି ୧୦ ମିନିଟ୍ ଅପେକ୍ଷା କରିପାରୁ ନାହାନ୍ତି ତେବେ ତାଙ୍କ ଇମେଲ ଆଇଡକୁ ରିପୋର୍ଟ ପଠାଇ ଦିଆଯିବ । ଏଥିରେ ୧୨ ଲକ୍ଷ ରୁ ଅଧିକ ରେଳ କର୍ମଚାରୀ ଏବଂ କୋଟି କୋଟି ଯାତ୍ରୀଙ୍କର ଫାଇଦା ହେବ । ସେପଟେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ବଡ ବଡ ଷ୍ଟେସନ ମାନଙ୍କରେ ମେସିନ୍ ଲଗାଯାଉଛି ।
ରେଲୱେର ଏହି ନୂତନ ନିୟମ ଅନୁଯାୟୀ ଲୋକେ ବୋନ୍ ଟେଷ୍ଟ,ବଡି ମାସ ଇଣ୍ଡେକ୍ସ, ବ୍ଲଡପ୍ରେସର,ମେଟାବଲିକ ଏଜ୍, ଫ୍ୟାଟ, ହାଇଡ୍ରେସନ ଆଦି ରିପୋର୍ଟ ପାଇପାରିବେ ଯାତ୍ରୀ । ଏହାବ୍ୟତିତ ଏଥିରେ ପଲ୍ସ ଟେଷ୍ଟ,ହାଇଟ ମସଲ ମାସ,ବଡି ଟେମ୍ପରେଚର, ଅକ୍ସିଜେନ୍ ମାତ୍ରା ବି ସାମିଲ ରହିବ । ସେହିପରି ଷ୍ଟେସନରେ ମେସିନ୍ ସଞ୍ଚାଳନ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି କି ଏହି ସମସ୍ତ ପରୀକ୍ଷା ପାଇଁ ଯାତ୍ରୀଙ୍କୁ ରକ୍ତ ନମୁନା ଦେବାକୁ ପଡିବ ନାହିଁ ।
ଅପରପେକ୍ଷେ ଦିଲ୍ଲୀ ଏବଂ ଲକ୍ଷେ୍ନøରେ ଏହି ସୁବିଧା ଆରମ୍ଭ ହୋଇଯାଇଛି । ଅନ୍ୟ ଷ୍ଟେସନମାନଙ୍କରେ ଖୁବ୍ ଶୀଘ୍ର ଏହି ମେସିନ୍ ଲଗା ଯିବ ବୋଲି ରେଲୱେ ଅଧିକାରୀ ସୂଚନା ଦେଇଛନ୍ତି ।