ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଟ୍ରାନ୍ସପୋର୍ଟ ସହ ଜଡିତ ଆଠ ବର୍ଷରୁ ପୁୁରୁଣା ସମସ୍ତ ଗାଡିକୁ ଏଣିକି ଗ୍ରୀନ ଟ୍ୟାକ୍ସ ଦେବାକୁ ପଡିବ । ଏହି ଟ୍ୟାକ୍ସ ରୋଡ ଟ୍ୟାକ୍ସ ର ୧୦-୨୫ ପ୍ରତିଶତ ପର୍ଯ୍ୟନ୍ତ ଅନୁମାନ ଲଗାଯାଉଛି । ଏହି ପ୍ରସ୍ତାବକୁ ଅଧିସୂଚିତ କରିବା ପୂର୍ବରୁ ଏହି ମାମଲାରେ ରାଜ୍ୟ ଗୁଡିକର ମତ ନିଆଯିବ । ସେଥିପାଇଁ ପ୍ରସ୍ତାବକୁ ରଜ୍ୟଗୁଡିକୁ ପଠାଯାଉଛି ।
ସେହିପରି ପରିବେଶ ସୁରକ୍ଷାକୁ ନେଇ କେନ୍ଦ୍ରୀୟ ସଡକ ମନ୍ତ୍ରାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ସେହିଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ଗାଡିର ରେଜିଷ୍ଟ୍ରେସନ ୨୦୨୨ ମସିହା ଏପ୍ରିଲ ମାସରୁ ରଦ୍ଦ କରାଯିବ । ଏନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ।
ସରକାରଙ୍କ ଏହି ପ୍ରସ୍ତାବ ଅନୁଯାୟୀ, ପରିବହନ ସହ ଜଡିତ ଆଠ ବର୍ଷରୁ ଅଧିକ ପୁରୁଣା ଗାଡି ର ଫିଟନେସ ସାର୍ଟିଫିକେଟର ରିନ୍ୟୁଆଲ ବେଳେ ଗ୍ରୀନ ଟ୍ୟାକ୍ସ ଦେବାକୁ ପଡିବ । ଏହାବ୍ୟତିତ ୧୫ ବର୍ଷରୁ ପୁରୁଣା ଘରୋଇ ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟର ରିନ୍ୟୁଆଲ ସମୟରେ ବି ଗ୍ରୀନ ଟ୍ୟାକ୍ସ ଦେବାକୁ ହେବ ।