ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ବରଯାତ୍ରୀ ବାହାରିଲେ ଆଉ ଫୁଟିବନି ବାଣ କି ଶଭିବନି ଢୋ ଢା । କାରଣ ସୁପ୍ରିମ କୋର୍ଟ ପକ୍ଷରୁ ବାଣ ଉପରେ ରୋକ୍ ଲଗା ଯାଇଛି । ଏହାସହିତ ବାହାଘର ମାନଙ୍କରେ ଯେପରି ବାଣ ନ ଫୁଟା ଯାଏ ସେଥିପାଇଁ ଏନଜିଟି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଏନେଇ ସମସ୍ତ ଥାନା ଏବଂ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ବାହାଘରରେ ବାଣ ଫୁଟିବାର ସୂଚନା ମିଳିବା ମାତ୍ରେ ହିଁ ତୁରନ୍ତ ମୋବାଇଲରେ ଫଟୋ ଉଠାନ୍ତୁ ଏବଂ ଏହି ସମ୍ବନ୍ଧରେ ଯିଏ ବି ଅଭିଯୋଗୀ ତା ନାଁରେ ଅଭିଯୋଗ କରି ତାକୁ ଗିରଫ କରାଯାଉ ।
ଏବେ ଏନଜିଟି ପକ୍ଷରୁ କଡା ପ୍ରାବଧାନ କରାଯାଇଛି । ଏଭଳି ଘଟଣାରେ ବର୍ତ୍ତମାନ ବରକୁ ଗିରଫ କରାଯାଉ ନାହିଁ । ଯଦି ଲୋକେ ଏହି ନିୟମ ନମାନନ୍ତି ତେବେ ଆୟୋଜକ ସମେତ ବରକୁ ବି ଗିରଫ କରାଯିବ । ଜିଲ୍ଲା ପୋଲିସ ସହିତ ମିଳିତ ଭାବେ ଏହି ଯୋଜନା ଉପରେ କାମ କରାଯାଉଛି ।