ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଐତିହାସିକ ଅଯୋଧ୍ୟା ରାୟର ଶୁଣାଣି ପରେ ଗୋଟେପଟେ ରାମମନ୍ଦିର ନିର୍ମାଣ ହେବାର ମାର୍ଗ ପ୍ରଶସ୍ତ ହୋଇସାରିଛି । ଅନ୍ୟପଟେ ଗାଇ ମାନଙ୍କର ଭାଗ୍ୟ ବି ବଦଳି ଯାଇଛି । ଆଜ୍ଞା ହଁ ଗାଇ ମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ନଗର ନିଗମ ପକ୍ଷରୁ କୋର୍ଟ ପିନ୍ଧାଇବାର ପ୍ରସ୍ତୁତି କରାଯାଉଛି । ସାଧୁ-ସନ୍ଥ ଏବଂ ଅନ୍ୟ ଲୋକମାନଙ୍କ ସହିତ ବିଚାର ବିମର୍ଶ କରିବା ପରେ ନଗର ନିଗମ ଏହି ପଦକ୍ଷେପ ଉଠାଇବାକୁ ଯାଉଛି ।
ଏନେଇ ଅଯୋଧ୍ୟାର ନଗର ଆୟୁକ୍ତ ଡାଃ.ନିରଜ ଶୁକ୍ଲା କହିଛନ୍ତି, ‘ରାମନଗରୀ ଅଯୋଧ୍ୟାରେ ଗାଇ ମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଉଛି । ଏଠାକାର ବ୍ୟାସିଂହ ସ୍ଥ୍ିତ ଗୋଶାଳାରେ ଗାଇଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ‘କାଉ କୋର୍ଟ’ ର ପ୍ରସ୍ତୁତି କରାଯାଉଛି’ । ଏହି ବ୍ୟବସ୍ଥା ଦୁଇ ରୁ ତିନୋଟି ପର୍ଯ୍ୟାୟରେ ଲାଗୁ କରାଯିବ, କାରଣ ଏଠାରେ ଗାଇଙ୍କ ସଂଖ୍ୟା ୧୨୦୦ । ସେଥିପାଇଁ ପ୍ରଥମେ କୁନି କୁନି ବାଛୁରୀ ମାନଙ୍କ ପାଇଁ ତିନି ପରସ୍ତ ବିଶିଷ୍ଟ କୋର୍ଟ ପ୍ରସ୍ତୁତ କରାଯାଉଛି । ନଭେମ୍ବର ଶେଷ ସୁଦ୍ଧା ଏହି କୋର୍ଟକୁ ବିତରଣ କରାଯିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଗୋଶାଳା ସମସ୍ତ ଜାଗାରେ ଥଣ୍ଡାରୁ ରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି ।