ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ଲିଡିଙ୍ଗ ଡିଜିଟାଲ ଫାଇନାନ୍ସିଆଲ ସର୍ଭିସେଜ୍ ପେମେଣ୍ଟ ପ୍ଲାଟଫର୍ମ ପେଟିଏମ ଘୋଷଣା କରିଛି କି, ସେମାନେ ରେଣ୍ଟ ପେମେଣ୍ଟ ସୁବିଧାର ବିସ୍ତାର କରିବାକୁ ଯାଉଛନ୍ତି । ଏଥିପାଇଁ ପେଟିଏମ ତାର ପ୍ଲାଟଫର୍ମରେ ଏଭଳି ଏକ ଫିଚର ଆଡ କରିଛି, ଯେଉଁଥିରେ ଭଡାରେ ରହୁଥିବା ଲୋକେ ସହଜରେ ତାଙ୍କ ଘର ଭଡା ଦେଇପାରିବେ । କ୍ରେଡିଟ କାର୍ଡରେ ଭଡା ପେମେଣ୍ଟ କରିବା ଦ୍ୱାରା ଟଙ୍କା ସିଧା ସଳଖ ମାଲିକଙ୍କ ଆକାଉଣ୍ଟକୁ ପହଁଚିଯିବ । କେବଳ ଏତିକି ନୁହେଁ କ୍ରେଡିଟ କାର୍ଡରୁ ଘର ଭଡା ପେମେଣ୍ଟ କରିବା ଦ୍ୱାରା କମ୍ପାନୀ ଏକ ହଜାର ଟଙ୍କା କ୍ୟାଶ ବ୍ୟାକ୍ ଦେବାର ଘୋଷଣା କରିଛି । ଅର୍ଥାତ ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ କ୍ୟାଶବ୍ୟାକ ବ୍ୟତିତ ୟୁଜର୍ସ କ୍ରେଡିଟ କାର୍ଡର ପଏଣ୍ଟ ମଧ୍ୟ ଜମା କରିପାରିବେ ।
ପେଟିଏମ ବୟାନ ଜାରି କରି କହିଛି କି, ଘର ମାଲିକଙ୍କୁ କ୍ରେଡିଟ କାର୍ଡରୁ ଭଡା ପେମେଣ୍ଟ କରିବା ପାଇଁ ୟୁଜର୍ସଙ୍କୁ ପେଟିଏମର ହୋମସ୍କ୍ରିନ ରେ ‘ରିଚାର୍ଜ ଆଣ୍ଡ ପେ ବିଲ୍ସ’ ସେକ୍ସନକୁ ଯିବାକୁ ହେବ । ସଠାରେ ରେଣ୍ଟ ପେମେଣ୍ଟ ଅପ୍ସନକୁ ସିଲେକ୍ଟ କରନ୍ତୁ ଏବଂ ଆପଣଙ୍କ ଆପଣଙ୍କ ମାସିକ ଘର ଭଡା ଟ୍ରାନ୍ସଫର କରିବା ବାକି ଷ୍ଟେପ୍ସକୁ ପୁରା କର । ୟୁଜର୍ସ କ୍ରେଡିଟ କାର୍ଡରୁ ସିଧା ଘର ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ରେଣ୍ଟ ଟ୍ରାନ୍ସଫର କରିପାରିବେ । କେବଳ ଏତିକି ନୁହେଁ ପେଟିଏମ ୟୁପିଆଇ , ଡେବିଟକାର୍ଡ, ନେଟବ୍ୟାଙ୍କିଂ ଜରିଆରେ ମଧ୍ୟ ଘର ଭଡା ଦେବାର ସୁବିଧା ଦେଉଛି । ୟୁଜର୍ସଙ୍କୁ ଏଭଳି କରିବା ପାଇଁ କେବଳ ଘର ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟର ଡିଟେଲ ଦବାକୁ ହେବ ।