ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ ଏନପିଆର, ସିଏଏ କୁ ନେଇ ବାଦ ବିବାଦ ଦେଖା ଦେଇଛି । ମାତ୍ର କେନ୍ଦ୍ର ସରକାର ଆଣିଥିବା ଏହି ଆଇନକୁ ସଫଳ ଭାବେ କାର୍ଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି । ଏହି ଅବସରରେ ଆସନ୍ତା ଏପ୍ରିଲ ୧ ରୁ ଏନପିଆର ପକ୍ରିୟା ଆରମ୍ଭ ହେବ । ଦିଲ୍ଲୀ ନଗର ନିଗମରେ ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନାମ ପଞ୍ଜିକରଣ କରିବେ । ଉକ୍ତଦିନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀଙ୍କ ନାମ ମଧ୍ୟ ପଞ୍ଜିକରଣ କରାଯିବ ବୋଲି ସୂଚନା ମିଳିଛି । ଏହି ଅବସରରେ ଭାରତର ରେଜିଷ୍ଟାର ଜେନେରାଲ ରାଷ୍ଟ୍ରପତିଙ୍କ ନିକଟକୁ ସମୟ ମାଗିଛନ୍ତି ପତ୍ର ମାଧ୍ୟମରେ । ସୂଚନା ଅନୁସାରେ ରାଷ୍ଟ୍ରପତିଙ୍କ ପଞ୍ଜିକରଣ ବେଳେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ , ରେଜିଷ୍ଟାର ଜେନେରାଲ, ଜନଗଣନା ଆୟୁକ୍ତ ନିର୍ଦେଶକଙ୍କ ଉପସ୍ଥିତିରେ କରାଯିବ ।
ସେହିଭଳି ଏନପିଆରର ପ୍ରଚାର ପ୍ରସାର ପାଇଁ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟର ଅନ୍ୟାନ୍ୟ ମନ୍ତ୍ରୀଙ୍କ ପଞ୍ଜିକରଣ ବଡବଡ ଅଧିକାରୀଙ୍କ ଉପସ୍ଥିତରେ କରାଯିବ । ଯାହା ସାଧାରଣ ଜନତାଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବା ପାଇଁ ପ୍ରଚାର ପ୍ରସାର ଭାବେ ବ୍ୟବହାର କରାଯିବ । କାରଣ ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କ ଏହି ଆଇନକୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏପ୍ରିଲ ୧ ଠାରୁ ରାଜ୍ୟରେ ଏନପିଆର ଲାଗୁ କରିବାକୁ ଘୋଷଣା କରିଛନ୍ତିି ।