ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତ ଓ ଚୀନ ସୀମାର ସ୍ଥିତି ସମୀକ୍ଷା କଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଏନଏସଏ ଅଜିତ ଡୋଭାଲ । ଶ୍ରୀ ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହିତ ସୀମା ପରିସ୍ଥିତି ସମୀକ୍ଷା କରିଛନ୍ତି । ଶ୍ରୀ ଡୋଭାଲଙ୍କ ଏହି ଗସ୍ତ ଏବେ ସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ଗସ୍ତ ବୋଲି କୁହାଯାଇଛି । କାରଣ ବର୍ତ୍ତମାନ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ପରିସ୍ଥିତିରେ ମେସିତି କିଛି ସୁଧାର ଆସିନାହିଁ ।
କାରଣ ଏବେ ମଧ୍ୟ ଏଲଏସିରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଗତ ଶନିବାର ଓ ରବିବାର ମଧ୍ୟ ରାତ୍ରୀରେ ଲଦାଖର ଚୁସୁଲ ପାଙ୍ଗଗୋ ନିକଟବର୍ତ୍ତୀ ଅଞ୍ଚଳରେ ଭାରତ ପରିସୀମା ମଧ୍ୟକୁ ଚୀନ ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଏନେଇ ଭାରତୀୟ ସେନାକୁ ସୂଚନା ମିଳିବା ପରେ ଭାରତୀୟ ଏହାକୁ ସଫଳ ହେବାକୁ ଦେଇନଥିଲା ।
ତେବେ ଏହାକୁ ଚୀନ ବୈଦେଶିକ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଥିଲା । ଅନ୍ୟପଟେ ଏବେ ମଧ୍ୟ ଦୁଇଦେଶ ମଧ୍ୟରେ ଶାନ୍ତି ଆଣିବାକୁ ଦୁଇଦେଶ ପକ୍ଷରୁ ଆଲୋଚନା ଜରି ରହିଛି ।