ସମ୍ବଲପୁର ( ଏଟିଆର ବ୍ୟୁରୋ): ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାସ୍ଥିତି ଲାଗି ରହିଛି । ହୀରାକୁଦରେ ଜଳ ସ୍ଥର ବୃଦ୍ଧି ପାଉଥିବାରୁ ମହାନଦୀ ସମେତ ବିଭିନ୍ନ ନଦୀରେ ଜଳସ୍ଥର ବୃଦ୍ଧି ପାଉଛି । ତେବେ ଆଜି ହୀରକୁଦରେ ୪ ଟି ଗେଟକୁ ବନ୍ଦ କରାଯାଇଛି । ଏବେ ହୀରାକୁଦରେ ୨୪ ଟି ଗେଟ ଦେଇ ବନ୍ୟା ଜଳ ନିସ୍କାସିତ ହେଉଛି ।
ଉପର ମୁଣ୍ଡରେ ଜଳ ପ୍ରଭାହ କମୁଥିବାରୁ ୪ ଟି ଗେଟକୁ ବନ୍ଦ କରାଯାଇଛି । ବର୍ତ୍ତମାନ ଡ୍ୟାମ୍କୁ ୩ ଲକ୍ଷ ୬୨ ହଜାର ୮୮୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଡ୍ୟାମ୍ରୁ ୫ ଲକ୍ଷ ୨୮ ହଜାର ୬୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ଓ ଏହା ସଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଅର୍ଥାତ ବୁଧବାର ମୟୁରଭଞ୍ଜ, କେନ୍ଦୁଝର , ଦେବଗଡ, ସୁନ୍ଦରଗଡ, ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେଣୁ ଏହି ସବୁ ଜିଲ୍ଲାପାଇଁ ସତର୍କ ସୂଚନା ରହିଛି ।
ସେହିପରି ଆସନ୍ତା ଗୁରୁବାର ମଧ୍ୟ କେତେକ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ସୋନପୁର, ସମ୍ଭଲପୁର, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।