ଆସିକା (ଏଟିଆର ବ୍ୟୁରୋ): ପରକିୟା ପ୍ରୀତିର କରୁଣ ପରିଣତି । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରେମ ସଂପର୍କ ରଖିବାରୁ ବ୍ୟାଙ୍କ କ୍ୟାସିଅରଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାଟି ନଜରକୁ ଆସିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ବିନାୟକ ବେହେରା ବୋଲି ଜାଣିବାକୁ ମିଳିଛି । ସେ ଆସିକାର ମୁଣ୍ଡମରାଇ ସ୍ଥିତ ଆନ୍ଧ୍ର ବ୍ୟାଙ୍କରେ କ୍ୟାସିଅର ଦାୟିତ୍ୱରେ ଥିଲେ । ତାଙ୍କ ମୃତ ଦେହକୁ ଗାଁ କଲେଜ ନିକଟରେ ଥିବା ପାହାଡ ପାଖରୁ ଉଦ୍ଧାର କରାଯାଇଛି ।
ସୋଚନା ଯୋଗ୍ୟ, ବିନାୟକ ମୁଣ୍ଡରାଇ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ । ଏନେଇ ତାଙ୍କୁ ହତ୍ୟା କରାଯାଇ ପାରିଥାଏ ବୋଲି ଅନୁମାନ କରାଯାଉଛି । ଘଟଣାରେ ପୋଲିସ୍ ଝିଅ ଘରର ପରିବାର ଲୋକଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ବିନାୟକ ସେନାବାହିନୀରୁ ଅବରସର ନେବା ପରେ ଗତ ତିନି ବର୍ଷ ହେବ ମୁଣ୍ଡାରାଇର ଆନ୍ଧ୍ରବ୍ୟାଙ୍କରେ କ୍ୟାସିଅର ଭାବେ କାର୍ଯ୍ୟକରୁଥିଲେ ।