ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦ୍ରୁତ ବେଗରେ ବ୍ୟାପି ଚାଲିଛି କରୋନା ଭାଇରସ । ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଟପିଲାଣି । ସେହିପରି ଏଥିରେ ୨୮୭୨ ଲୋକଙ୍କ ଜୀବନ ଗଲାଣି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ମୁତାବକ କରୋନାରେ ପୀଡିତ ରୋଗୀଙ୍କ ସଂଖ୍ୟା ୮୫୯୪୦ ରୁ ବୃଦ୍ଧି ହୋଇ ୯୦୯୨୭ ହୋଇଛି । ଏଥିରେ ୩୪୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ୫୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ମୁମ୍ବାଇ , ଦିଲ୍ଲୀ , ଅହମ୍ମଦାବାଦ, ଚେନ୍ନାଇ ଏବଂ ପୁଣେର । ଏହି ୫ଟି ସହରରେ ପାଖାପାଖି ୪୬ ହଜାର ଲୋକ କରୋନା ଭାଇରସରେ ଆକ୍ରାନ୍ତ ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଏପର୍ଯ୍ୟନ୍ତ ପାଖାପାଖି ୩୫.୦୮ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇ ଗଲେଣି ।