ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ): ମାସାଧିକ କାଳ ମହାରାଷ୍ଟ୍ରରେ ଚାଲିଥିବା ମହାନାଟକରେ ଯବନିକା ପଡିବାକୁ ଯାଉଛି । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଉଦ୍ଧବ ଠାକରେ । ପ୍ରଥମ ଥର ପାଇଁ ଠାକରେ ପରିବାର ପକ୍ଷରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସୂଚନା ଅନୁସାରେ ଆସନ୍ତାକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
ଶିବାଜୀ ପାର୍କରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ । ତେବେ ଏହି ମେଣ୍ଟର ନାଁ ରଖା ଯାଇଛି ବିକାଶ ଆଘାଦି । ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଆଦେଶ ଦେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନାବିସ ।ଏବେ ମହାରାଷ୍ଟ୍ରରେ ପୁଣି ରାଷ୍ଟ୍ରପତି ଶାସନ ଜାରି ହୋଇଛି ।