ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୌଠକରେ ଯୋଗ ଦେବା ପାଇଁ ଆସନ୍ତା ଫେବୃଆରୀ ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଅଭିମୁଖେ ଗସ୍ତ କରିବାର ଥିଲା । ମାତ୍ର କେନ୍ଦ୍ରମନ୍ତ୍ରୀଙ୍କର ଏହି ଗସ୍ତ ବାତିଲ ହୋଇଛି ।
ଗୋଟିଏ ଦିନ ପୂର୍ବରୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଥିଲେ ।
ଗୃହମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ବାତିଲ ହେବାର ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ କାରଣ ବିଷୟରେ ଜଣାପଡିନାହିଁ । ଏବଂ ପୁଣି କେବେ ଅମିତ ଶାହା ଓଡ଼ିଶା ଆସିବେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।
ଗସ୍ତରେ ଅମିତ ଶାହା ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୌଠକରେ ଯୋଗଦେବା ସହିତ ଅନ୍ୟାନ ବେସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ଥିଲା ।