ଲକ୍ଷ୍ନୌ (ଏଟିଆର ବ୍ୟୁରୋ): ନାଗରିକତା ବିଲ୍ ବିରୋଧରେ ହେଉଥିବା ଆନ୍ଦୋଳନ ଥମିବାର ନା’ ନେଉନି । ଦିନକୁ ଦିନ ଏହା ବିରୋଧରେ ହେଉଥିବା ଆନ୍ଦୋଳନ ଜୋରଦାର ହେବା ସହ ଆନ୍ଦୋଳନକାରୀ ମାନେ ହିଂସା ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଆନ୍ଦୋଳନକାରୀଙ୍କ ନିଆଁରେ ସାରା ଦେଶ ଜଳୁଥିବା ବେଳେ ଅନେକ ସାର୍ବଜନୀନ ସମ୍ପତ୍ତି ନଷ୍ଟ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଏହିଭଳି ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଛନ୍ତି । ଯୋଗୀ କହିଛନ୍ତି, ଲୋକତନ୍ତ୍ରରେ ପ୍ରଦର୍ଶନ କରିବାର ଅଧିକାର ସମସ୍ତଙ୍କର ଅଛି । କିନ୍ତୁ ପ୍ରଦର୍ଶନର ଆଳରେ ପ୍ରଦର୍ଶନକାରୀମାନେ ହିଂସା କିମ୍ବା କ୍ଷତି ପହଞ୍ଚାଇ ପାରିବେ ନାହିଁ ।
Uttar Pradesh CM Yogi Adityanath: I have called a meeting over this. You cant indulge in violence in name of protest. We will take strict action against such elements. Will seize property of those found guilty and compensate damage to public property. #CitizenshipAmendmentAct pic.twitter.com/6jxuXDLWDt
— ANI UP (@ANINewsUP) December 19, 2019
ସେ ଆହୁରୀ ମଧ୍ୟ କହିଛନ୍ତି ଆନ୍ଦୋଳନ ସମୟରେ ଯେଉଁ ବ୍ୟକ୍ତି ସାର୍ବଜନୀନ ସମ୍ପତ୍ତି ନଷ୍ଟ କରିବେ ସେହି ଲୋକମାନଙ୍କୁ ଚିହ୍ନଟ କରାଯାଇ ଓ ସେମାନଙ୍କର ସମ୍ପତ୍ତିକୁ ନିଲାମ କରାଯାଇ କ୍ଷୟକ୍ଷତି ଭରଣ କରାଯିବ । ସିଏଏକୁ ବିରୋଧ କରି ବିରୋଧୀ ଲୋକମାନଙ୍କ ମଧ୍ୟରେ ଭ୍ରମ ଖେଳାଇବାରେ ଲାଗିଛନ୍ତି । ଏହି ଆଇନ ଲାଗୁ ହେଲେ କୌଣସି ଜାତି, ଧର୍ମର ଲୋକଙ୍କୁ କ୍ଷତି ପହଞ୍ଚିବ ନାହିଁ । ତେଣୁ ଆନ୍ଦୋଳନ ନକରି ଚାରିଆଡେ ଶାନ୍ତି ବଜାଇ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ମିଳିଥିବା ସୂଚନା ମୁତାବକ, ସିଏଏ ବିଲ୍ କୁ ବିରୋଧ କରି ଆନ୍ଦୋଳନ କରୁଥିବା ବେଳେ ବିରୋଧୀମାନେ ପଥର ମାଡ, ଭଙ୍ଗାରୁଜା କରିବା ସହ ୨୦ଟି ମୋଟର ସାଇକେଲ, ୧୦ଟି କାର, ୩ଟି ବସରେ ନିଆଁ ଲଗାଇ ଦେଇଥିଲେ । ଖାଲି ସେତିକି ନୁହେଁ ଆନ୍ଦୋଳନକାରୀମାନେ ଗଣମାଧ୍ୟମର ୪ଟି ଭ୍ୟାନରେ ନିଆଁ ମଧ୍ୟ ଲଗାଇ ଦେଇଥିବାର ଦେଖିବାକୁ ମିଳିଥିଲା । ଆନ୍ଦୋଳନ ଯୋଗୁଁ ଶୁକ୍ରବାର ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ ମଧ୍ୟ କରିଦିଆଯାଇଛି ।
Lucknow: 20 motorcycles, 10 cars, 3 buses and 4 media OB vans have been set ablaze in the area around Parivartan Chowk during protests against #CitizenshipAmendmentAct, today. pic.twitter.com/uUkLDOII46
— ANI UP (@ANINewsUP) December 19, 2019